www.samajalive.in
Wednesday, November 12, 2025
27.1 C
Bhubaneswar

ଅସହାୟଙ୍କ ଅବସ୍ଥା ଏମିତି…କିଏ ପିଲିଥିନ ତଳେ ତ କିଏ ପର ପିଣ୍ଢାରେ

କଳାପଥର (ବାଙ୍କୀ): କଟକ ଜିଲ୍ଲା ବାଙ୍କୀ ବ୍ଲକ ଅଧୀନ କଳାପଥର ଗ୍ରାମ ପଂଚାୟତର କଦମ୍ବପାଟଣା ଗ୍ରାମରେ ଜଣେ ଗରିବ ଅଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଗୁହାର କରି ଥକି ପଡ଼ିଥିଲେ ହେଁ ସରକାରୀ ବାବୁଙ୍କ ପାଖରେ ଏପର୍ଯ୍ୟନ୍ତ ପହଁଚି ପାରିନାହିଁ। ଭଙ୍ଗା ଚାଳ ଘର ଉପରେ ପଲିଥିନ ଟାଣି ରହୁଥିବା ବେଳେ ଅତ୍ୟଧିକ ଝଡି ତୋଫାନ ଓ ଘଡ଼ଘଡ଼ି ସମୟରେ ଅନ୍ୟ ପିଣ୍ଢାରେ ଆଶ୍ରୟ ନେଉଛନ୍ତି। କଦମ୍ବପାଟଣା ଗ୍ରାମର ବାସନ୍ତୀ ଦେଇ ସ୍ବାମୀ ବସନ୍ତ କୁମାର ସାହୁ ଧାନ ଚାଷରେ ଅନ୍ୟର ମୁଲପାତି ଲାଗି ପେଟ ପୋଷନ୍ତି। ଏକ ମାତ୍ର ପୁଅ ମଧ୍ୟ କଳାପଥର ବଜାରରେ ଦୋକାନରେ କାମ କରନ୍ତି। ସରକାର କେବଳ ତାଙ୍କୁ ୩୫ କେଜି ଚାଉଳ ଯୋଗାଇ ଦେଉଛନ୍ତି। ଘର ଛପର କରିବାକୁ ଆବଶ୍ୟକ ସାମଗ୍ରୀ କିଣିବାକୁ ପାଖରେ ଟଙ୍କା ନଥିବାରୁ ବାଡ଼ି ପଟରୁ କାନ୍ଥ ଭାଙ୍ଗିରୁଜି ଗଲାଣି। ଏଭଳି ସମୟରେ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାକୁ ବାସ ଗୃହ ଖଣ୍ଡେ ପାଇଁ ଗୁହାରୀ କରି ଥକି ପଡ଼ିଥିଲେ ହେଁ ଏଥିପ୍ରତି ସରକାରୀ ବାବୁଙ୍କ ଦୃଷ୍ଟି ପଡୁନାହିଁ। ବହୁବାର ପଂଚାୟତରେ ଆବେଦନ କରି ଗ୍ରାମସଭାରେ ବାସନ୍ତୀ ଦେଇର ନାଁ ସୁପାରିଶ କରାଯାଉଥିଲେ ମଧ୍ୟ ହେଁ ଅଦୃଶ୍ୟ କୁଜି ନେତା ମାନେ ଅନ୍ୟ ହିତାଧିକାରୀ ମାନଙ୍କ ଠାରୁ ହାତ ଗୁଞ୍ଜା ନେଇ ଯୋଗ୍ୟ ହିତାଧିକାରୀ ପତ୍ରରୁ କାଟି ଦିଆଯାଉଥିବା ଅଭିଯୋଗ କରିଛନ୍ତି ବାସନ୍ତୀ ଦେଇ।

Hot this week

ଆତଙ୍କବାଦ ବିରୁଦ୍ଧରେ କାହିଁକି କହୁନାହାଁନ୍ତି ରାହୁଲ : ବିଜେପି

ସମାଜ ଲାଇଭ୍ ଡେସ୍କ : ଦିଲ୍ଳୀ ବିସ୍ଫୋରଣ ଘଟଣାରେ କଂଗ୍ରେସ ନେତା...

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ...

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

Related Articles

Popular Categories