ପାଟଣା: ରାଜ୍ୟର ନୂଆ ବଜେଟରେ ନୂତନତ୍ବ କିଛି ନାହିଁ। ପୁରୁଣା ସରକାରଙ୍କ ଯୋଜନାର ନାଁକୁ ଧୃବିକରଣ ଓ ନୂତନ ନାମକରଣ କରିବାର ଶତ ପ୍ରତିଶତ ଚେଷ୍ଟା କରାଯାଇଛି। ଯୁବକମାନଙ୍କ ରୋଜଗାର ଓ ନିଯୁକ୍ତି ପାଇଁ କୌଣସି ବ୍ୟବସ୍ଥା ଏ ବଜେଟରେ ନାହିଁ। ଯେଉଁ ଆଶା ନେଇ ଓଡ଼ିଶାବାସୀ ସରକାର ପରିବର୍ତ୍ତନ କରିଥିଲେ ତାହାର କୌଣସି ଫାଇଦା ଏହି ବଜେଟରୁ ଓଡ଼ିଶାବାସୀଙ୍କୁ ମିଳିଲା ନାହିଁ। କୃଷି ଓ କୃଷକଙ୍କ ପାଇଁ ଖଣ୍ଡେ ନୂତନ ନଦୀବନ୍ଧ କିମ୍ବା ବ୍ୟାରେଜ୍ ଏ ବଜେଟରେ ଘୋଷଣା କରାଯାଇନାହିଁ। ପୁରୁଣା ପ୍ରକଳ୍ପ ଗୁଡ଼ିକର ନାମକୁ ଦୋହରା ଯାଇଛି। ପ୍ରକୃତିର ଗନ୍ତାଘର କେନ୍ଦୁଝର ଜିଲ୍ଲା ପାଇଁ କୌଣସି ସ୍ୱତନ୍ତ୍ର ଜଳସେଚନ କିମ୍ବା ଶିଳ୍ପ ପାଇଁ ପ୍ରକଳ୍ପ ନାହିଁ। କାନପୁର ଜଳସେଚନ ପ୍ରକଳ୍ପକୁ ନେଇ ବଜେଟରେ କୌଣସି ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କର ନାହିଁ ବୋଲି କେନ୍ଦୁଝର ଲୋକସଭା ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଯୁବ ନେତା ଇଂ ବିନୋଦ ବିହାରୀ ନାଏକ ପ୍ରତିକ୍ରିୟାରେ କହିଛନ୍ତି।
Popular Categories



