www.samajalive.in
Sunday, December 14, 2025
23.1 C
Bhubaneswar

ସରକାରୀ ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ

ନବରଙ୍ଗପୁର: ଉମରକୋଟରୁ ଯାତାୟତର ସୁବିଧା ପାଇଁ ନୂତନ ସରକାରୀ ବସ ସୁବିଧା ଯୋଗାଇ ଦେବାକୁ ଭୁବନେଶ୍ୱରରେ ରାଜ୍ୟ ସଡକ ଓ ପରିବହନ ବିଭାଗ ମନ୍ତ୍ରୀ ଵିଭୂତି ଭୂଷଣ ଜେନାଙ୍କୁ ଉମରକୋଟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭ।ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭେଟି ଲିଖିତ ଭାବରେ ଜଣାଇବା ସହ ଆଲୋଚନା କରିଛନ୍ତି। ଜୟପୁରରୁ ରାୟପୁର ଭ।ୟା ଉମରକୋଟ ସରକାରୀ ଦ୍ରୁତଗାମୀ ବସ ପୁନଃଚଳାଚଳ କରିବା, ଉମରକୋଟରୁ ବିଜୟନଗରମ ସରକାରୀ ଦ୍ରୁତଗାମି ବସ ପୁନଃ ଚଳାଚଳ କରିବା, ରାଇଘରରୁ ବିଶାଖାପାଟଣା ବସ ପୁନଃଚଳାଚଳ କରିବା ଉଲ୍ଲେଖ କରିଛନ୍ତି । ଏହି ତିନୋଟି ବସ ପୂର୍ବରୁ ଯାତାୟତ କରୁଥିବାବେଳେ ଏହା ଏବେ ବନ୍ଦ ରହିଛି। ତେଣୁ ଏହି ତିନୋଟି ବସ ଚାଲିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଉମରକୋଟରୁ ପଶ୍ଚିମ ଓଡିଶାକୁ ଯୋଗାଯୋଗର ମାଧ୍ୟମ ନଥିବାରୁ ଉମରକୋଟରୁ ସମ୍ବଲପୁରକୁ ଦ୍ରୁତଗାମୀ ବସ ଚାଲିବା, ଉମରକୋଟରୁ ହାଇଦ୍ରାବାଦ ଭ।ୟା ମାଲକାନଗିରି ଦ୍ରୁତଗାମୀ ବସ ଓ ଉମରକୋଟରୁ ପୁରୀ ଏକ ଭଲବୋ ବସ ଚଳାଚଳ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories