www.samajalive.in
Monday, December 8, 2025
24.1 C
Bhubaneswar

ସରକାରୀ ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ

ନବରଙ୍ଗପୁର: ଉମରକୋଟରୁ ଯାତାୟତର ସୁବିଧା ପାଇଁ ନୂତନ ସରକାରୀ ବସ ସୁବିଧା ଯୋଗାଇ ଦେବାକୁ ଭୁବନେଶ୍ୱରରେ ରାଜ୍ୟ ସଡକ ଓ ପରିବହନ ବିଭାଗ ମନ୍ତ୍ରୀ ଵିଭୂତି ଭୂଷଣ ଜେନାଙ୍କୁ ଉମରକୋଟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭ।ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭେଟି ଲିଖିତ ଭାବରେ ଜଣାଇବା ସହ ଆଲୋଚନା କରିଛନ୍ତି। ଜୟପୁରରୁ ରାୟପୁର ଭ।ୟା ଉମରକୋଟ ସରକାରୀ ଦ୍ରୁତଗାମୀ ବସ ପୁନଃଚଳାଚଳ କରିବା, ଉମରକୋଟରୁ ବିଜୟନଗରମ ସରକାରୀ ଦ୍ରୁତଗାମି ବସ ପୁନଃ ଚଳାଚଳ କରିବା, ରାଇଘରରୁ ବିଶାଖାପାଟଣା ବସ ପୁନଃଚଳାଚଳ କରିବା ଉଲ୍ଲେଖ କରିଛନ୍ତି । ଏହି ତିନୋଟି ବସ ପୂର୍ବରୁ ଯାତାୟତ କରୁଥିବାବେଳେ ଏହା ଏବେ ବନ୍ଦ ରହିଛି। ତେଣୁ ଏହି ତିନୋଟି ବସ ଚାଲିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଉମରକୋଟରୁ ପଶ୍ଚିମ ଓଡିଶାକୁ ଯୋଗାଯୋଗର ମାଧ୍ୟମ ନଥିବାରୁ ଉମରକୋଟରୁ ସମ୍ବଲପୁରକୁ ଦ୍ରୁତଗାମୀ ବସ ଚାଲିବା, ଉମରକୋଟରୁ ହାଇଦ୍ରାବାଦ ଭ।ୟା ମାଲକାନଗିରି ଦ୍ରୁତଗାମୀ ବସ ଓ ଉମରକୋଟରୁ ପୁରୀ ଏକ ଭଲବୋ ବସ ଚଳାଚଳ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories