www.samajalive.in
Sunday, December 7, 2025
26.1 C
Bhubaneswar

କାମ ନହୋଇ ମିଥ୍ୟା ବିଲ ଅଭିଯୋଗ

ବୌଦ୍ଧ: ବୌଦ୍ଧ ଜିଲା ଖୁଣ୍ଟବନ୍ଧ ପଞ୍ଚାୟତର ବାଲିଦୋହଲି ଗ୍ରାମରେ ଥିବା ପୋଖରୀ କାମ ନହୋଇ ମିଥ୍ୟା ବିଲ କରିଥିବା ନେଇ ମଙ୍ଗଳବାର ଦିନ ଗ୍ରାମବାସୀମାନେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଥବା ପୋଖରୀରୁ ଜୈନିକ ଗ୍ରାମବାସୀ କୁକୁଡା ଫାର୍ମ ଘର ପୋତିବା ପାଇଁ ମାଟି ଖୋଳି ନେଇଥିଲେ। କିନ୍ତୁ ଏହାର ସୁଯୋଗରେ ପଞ୍ଚାୟତ କର୍ତ୍ତୃପକ୍ଷ ପୋଖରୀ କାମ ଦର୍ଶାଇ ମିଥ୍ୟାବିଲ କରି ୫୦ ହଜାରରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରି ମିଥ୍ୟା ବିଲକୁ ଗ୍ରାମବାସୀମାନେ ବିରୋଧ କରିବା ସହ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଗ୍ରାମର ବହୁ ଲୋକ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଗ୍ରାମବାସୀ ଫେରିଯାଇଥିବା ଜଣାଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories