www.samajalive.in
Saturday, December 6, 2025
23.1 C
Bhubaneswar

କ୍ରୀଡାଙ୍ଗନ ଓ ସାହିତ୍ୟ ସୃଜନୀ ତାଲିମ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ରାଜ୍ୟ ପ୍ରାଧିକରଣ ଓସେପା ପକ୍ଷରୁ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଅତାବିରା ଓ ଭେଡେନ ବ୍ଲକର ୫୮ଟି ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ତିନି ଦିନ ଧରି ଚାଲିଥିବା କ୍ରୀଡ଼ାଙ୍ଗନ ଓ ସାହିତ୍ୟ ସୃଜନୀ ତାଲିମ ଶିବିର ଆଜି ସମ୍ପନ୍ନ ହୋଇଯାଇଅଛି। ଅତାବିରା ବ୍ଲକ୍ ପତ୍ରାପାଲି ଉଚ୍ଚ ବିଦ୍ୟାଳୟରେ କ୍ରୀଡାଙ୍ଗନ ଓ ଅତାବିରା ବାଳିକା ହାଇସ୍କୁଲରେ ସାହିତ୍ୟ ସୃଜନୀ ତାଲିମ ଦିଆଯାଉଥିଲା। ଗତ ୧୧ ତାରିଖରୁ ଏହା ଆରମ୍ଭ ହୋଇ ଆଜି ଶେଷ ହୋଇଯାଇଛି। ଅତାବିରା ଓ ଭେଡେନ ଉଭୟ ବ୍ଲକର ୫୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ସାହିତ୍ୟ ସୃଜନୀ ଓ ୫୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡାଙ୍ଗନ ତାଲିମ ନେଉଥିଲେ। ପତ୍ରାପାଲି ତାଲିମ କେନ୍ଦ୍ରର ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ରାଣୀ ମିଶ୍ରଙ୍କ ତତ୍ତ୍ଵାବଧାନରେରେ ଓ ବରିଷ୍ଠ ଶିକ୍ଷକ ଟୁନା କର୍ଣ୍ଣଙ୍କ ପରିଚାଳନାରେ ତାଲିମ ଚାଲିଥିବା ବେଳେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେରେ ତାଲିମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories