www.samajalive.in
Tuesday, December 9, 2025
15.1 C
Bhubaneswar

ମା’ ପନ୍ଥେଇ ଠାକୁରାଣୀଙ୍କ ୩ୟ ବାର୍ଷିକ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗୁରୁଡ଼ିଝାଟିଆ: ନାରଙ୍ଗବସ୍ତ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ପନ୍ଥେଇ ଠାକୁରାଣୀଙ୍କ ୩ୟ ବାର୍ଷିକ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ତଥା ବିଶ୍ୱଶାନ୍ତ ମହାଯଜ୍ଞ ଆଜି ଉଦଯାପିତ ହୋଇଛି। ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗାଁର ମହିଳାମାନେ ଯଜ୍ଞ ପାଇଁ ମହାନଦୀରୁ ଜଳ ଆଣି ଯଜ୍ଞ କଳସ ସ୍ଥାପନ କରିଥିଲେ। ପୁରୁଣା କଟକ-ସମ୍ବଲପୁର ରାସ୍ତାର ମହାନଦୀ କୂଳରେ ମାଆଙ୍କ ପୀଠସ୍ଥଳୀରେ ପୂଜା ଓ ଯଜ୍ଞ କାର୍ଯ୍ୟରେ ଯୋଗଦେବା ପାଇଁ ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ ପ୍ରେମୀ ଓ ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇଥିଲେ। ଯଜ୍ଞର କର୍ତ୍ତା ଭାବେ ଗୋଲଖ ଚନ୍ଦ୍ର ଦାଶ ଦାୟିତ୍ୱ ନିର୍ବାହ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories