ବିକେ ଷ୍ଟିଲ ସମ୍ମୁଖରେ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନୟନ ନେଇ ଧାରଣା

ଗୁରୁଡ଼ିଝାଟିଆ: ବିକେ ଷ୍ଟିଲ କାରଖାନା ସମ୍ମୁଖରେ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନୟନ ମାଧ୍ୟମରେ ପଞ୍ଚାୟତର ବିକାଶକୁ ନେଇ ରାଧାକିଶୋରପୁର ପଞ୍ଚାୟତ ପକ୍ଷରୁ ଧାରଣା ଦିଆଯାଇଛି। ସରପଞ୍ଚ ବିନୋଦ ମାଝିଙ୍କ ନେତୃତ୍ୱରେ ସମିତିସଭ୍ୟ ବିଧାନ ଚନ୍ଦ୍ର ସ୍ୱାଇଁ, ଗଣେଶ୍ୱର ରଣା, ସଂଜୀତ ରାଉଳ, ଗଦାଧର ବେହେରା, ଚନ୍ଦ୍ରକାନ୍ତ ନନ୍ଦ, ଅକ୍ଷୟ ପରିଡ଼ା, ପ୍ରତାପ ପରିଡ଼ା ଓ ସଂଗ୍ରାମ ସାହୁ ପ୍ରମୁଖ ଧାରଣାରେ ବସିଛନ୍ତି। କାରଖାନା କର୍ତ୍ତୃପକ୍ଷ ପଞ୍ଚାୟତବାସୀଙ୍କୁ ଜନଶୁଣାଣି ସମୟରେ ଦେଇଥିବା ପ୍ରତିଶୃତି ପୁରଣ କରୁନାହିଁ। କାରଖାନା ଚାଲୁ ରହିଥିଲେ ମଧ୍ୟ ଅଣଦେଖା କରୁଅଛି। ୧୧ଦଫା ଦାବିକୁ ତୁରନ୍ତ ପୁରଣ ନକଲେ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସରପଞ୍ଚ ବିନୋଦ ମାଝି କହିଛନ୍ତି।

Comments are closed.