www.samajalive.in
Sunday, December 14, 2025
26.1 C
Bhubaneswar

ସ୍ରଷ୍ଟାର ଭାବନାକୁ ପରିପ୍ରକାଶ କରିବା ପାଇଁ ଭାଷା ଯୋଗାଏ ପୁସ୍ତକ

ରେଙ୍ଗାଲିକ୍ୟାମ୍ପ: ଅତାବିରାରେ ଗତ ୧୧ ଫେବୃଆରୀରୁ ଆରମ୍ଭ ହୋଇଥିବା ଦଶମ ପୁସ୍ତକ ମେଳା ଉଦଯାପିତ ହୋଇଯାଇଛି। ଅତାବିରା ବିଦ୍ୟୁତ୍ କାର୍ଯ୍ୟାଳୟ ପଡିଆରେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଦଶମ ‘ବହି ହାଟ’ ଉଦଘାଟିତ ହୋଇଥିଲା। ଏହି ପୁସ୍ତକ ମେଳାରେ ୨୪ଟି ବହି ଦୋକାନ ସହ ଅନ୍ୟାନ୍ୟ ଦୋକାନ ମଧ୍ୟ ଲାଗିଥିଲା। ପ୍ରତି ସନ୍ଧ୍ୟାରେ କଳା ସଂସ୍କୃତି ଅନୁଷ୍ଠାନ, ମାରୱାଡ଼ି ଯୁବା ମଞ୍ଚ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ତଥା କଳାକାରମାନଙ୍କ ଦ୍ଵାରା କୁଇଜ୍, ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯାଇଥିଲା।

ଏହା ବ୍ୟତୀତ ଏହି ବହି ହାଟ ମଞ୍ଚରେ ହସ୍ୟକବି ସମ୍ମିଳନୀରେ କବି ରଞ୍ଜିତ ପ୍ରଧାନ, ମୁନିରାମ କୁମ୍ଭାର ଓ ମନୋରଞ୍ଜନ ଲୁହା ତାଙ୍କର ବ୍ୟଙ୍ଗ କବିତା ମାଧ୍ୟମରେ ଦର୍ଶକଙ୍କ ଭିତରେ ହସର ଜୁଆର ଖେଳାଇଥିଲେ। ଏହି ବହି ହାଟର ଉଦଯାପନୀ ଉତ୍ସବରେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ସନ୍ତ୍ରାଶ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ହରିପ୍ରସାଦ ପ୍ରଧାନ, ସୌରଭ ବାଗ, ଅମୃତ ବାରିକ୍ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ୨୦୨୨ ଶିକ୍ଷାରେ ମାଟ୍ରିକ ପରୀକ୍ଷାରେ ବ୍ଲକ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଜାହ୍ନବୀ ପ୍ରଧାନ ଓ ଗାୟତ୍ରୀ ଛନ୍ଦଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସର ଶିକ୍ଷକ ଗୋକୁଲା ନନ୍ଦ ବାବୁଙ୍କୁ ସ୍ବର୍ଗତ ମଙ୍ଗଳୁ ଚରଣ ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories