www.samajalive.in
Sunday, December 7, 2025
14.1 C
Bhubaneswar

ମାଉସୀମା ଘର ଅଭିମୁଖେ ତିନି ଠାକୁର

ଚୌଦ୍ୱାର: ଚୌଦ୍ୱାରର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେବତ୍ତୋର ବିଭାଗ ଦ୍ୱାରା ପରିଚାଳିତ ଚାରବାଟିଆ ହାଉସିଂବୋର୍ଡ଼ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କର ସମସ୍ତ ଉପଚାର ପୂଜା ସମ୍ପନ୍ନ କରାଯିବା ପରେ ଅପରାହ୍ଣ ପ୍ରାୟ ୫ଟା ସମୟରେ ଜୀଉ ମାନଙ୍କୁ ପହଣ୍ଡି କରିି ନିଆଯାଇ ରଥାରୁଢ଼ କରାଯାଇଥିଲା। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଠାକୁର ରାଜା ଭାବେ ରଥରେ ଛେରା ପହଁରା କରିବା ପରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଘଣ୍ଟଘଣ୍ଟା, ତୁରୀ, ମହୁରୀ ବାଦ୍ୟ ଓ ଶଙ୍ଖଧ୍ୱନି, ହରିବୋଲ ହୁଳହୁଳି, ଭଜନ କୀର୍ତ୍ତନ ସହିତ ଉତ୍ସାହ ଉଦ୍ଦିପନା ମଧ୍ୟରେ ରଥ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେଇଯାଇଥିଲେ। ରଥ ଟଣାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିବା ସହିତ ଏହି ପବିତ୍ର ଯାତ୍ରା ଉପଭୋଗ କରୁଥିବା ଏବଂ ରଥାରୁଢ଼ ତିନି ଠାକୁରଙ୍କୁ ଦର୍ଶନ କରି ଭକ୍ତ ମାନେ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଟ୍ରଷ୍ଟର ମ୍ୟାନେଜିଂଟ୍ରଷ୍ଟି ଶୁଭେନ୍ଦୁ ସାମଲଙ୍କ ତତ୍ୱାବଧାନରେ ଟ୍ରଷ୍ଟ ବୋର୍ଡ଼ର ସଦସ୍ୟମାନେ ରଥଟଣା ଓ ପୂଜାବିଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁରୁପ ଭାବେ ଚୌଦ୍ୱାର ମଙ୍ଗଳା ସାହି ଜଗନ୍ନାଥ ମନ୍ଦିରରେ ବିଭିନ୍ନ ଉପଚାର ପୂଜା ପରେ ଦିଅଁ ମାନଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା। ଡା. ପ୍ରଣୟାନନ୍ଦ ସ୍ୱାଇଁ ରଥରେ ଛେରାପହଁରା କରିବା ପରେ ତିନି ଦିଅଁଙ୍କୁ ତଳବଜାର ସ୍ଥିତ ମାଉସୀ ମା ମନ୍ଦିରକୁ ନିଆଯାଇଥିଲା। ନବଗ୍ରହ ସାହିରେ ନିଳାଚଳ ଜଗନ୍ନାଥ ପରିବାର ତରଫରୁ ଆୟୋଜିତ ରଥଯାତ୍ରାରେ ଅଜିତ୍ କୁମାର ସ୍ୱାଇଁ ଛେରା ପହଁରା କରିଥିଲେ। କପାଳେଶ୍ୱର, ଓଟିଏମ୍ କଲେନୀ, ବିଲ୍ଟ ବଜାରର ଜଗନ୍ନାଥ ମନ୍ଦିର ମାନଙ୍କରେ ଘୋଷଯାତ୍ରା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଛି। ସେହିପରି ଚୌଦ୍ୱାର, ଗୋଡ଼ି ପାଟଣା ଆଦି ସ୍ଥାନରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଚୌଦ୍ୱାର ପୋଲିସ, ପୌରପାଳିକା, ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ ଓ ଚୌଦ୍ୱାର ଅଗ୍ନିଶମ ବିଭାଗ ତରଫରୁ ଉସôବର ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories