ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥି ପାଳିତ

ଭବାନୀପାଟଣା: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ପୁଣ୍ୟତିଥି ଆଜି ପାଳିତ ହେଇଛି। ଏହି ଅବସରରେ ବିଧିମତେ ତିଳ ତର୍ପଣ ପ୍ରଦାନ ପରେ ସ୍ଥାନୀୟ ମୁନିସିପାଲିଟି ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ସଭାରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ପଣ୍ଡିତ ଗୋପବନ୍ଧୁଙ୍କ କାରା କବିତା ପାଠ ସହିତ ମାନବ ଜୀବନରେ ତାଙ୍କର ସମର୍ପିତ ଜୀବନୀ ସଂକ୍ରାନ୍ତରେ ବକ୍ତାମାନେ ସ୍ମୃତି ଚାରଣ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଶିକ୍ଷାବିତ ଡଃ ଅଜୟ ମିଶ୍ର, ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶାନ୍ତନୁ କୁମାର ବେହେରା, ଜିଲ୍ଲା ଓକିଲ ସଂଘ ସଭାପତି ସୁଧାଂଶୁ ନନ୍ଦ, ସମ୍ପାଦକ ସନ୍ତୋଷ କୁମାର ସାହୁ, ଲେଖକ କଳା ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ବରିଷ୍ଠ ସମାଜସେବୀ ଜୟନ୍ତ ବେହେରା, ବିଜେପି ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଅମଲା ସଂଘର ବରିଷ୍ଠ ଉପଦେଷ୍ଟା ରୂପ କିଶୋର ଦଳେଇ, କଳାହାଣ୍ଡି ଲେଖିକା ସଂଘ ସଂପାଦିକା କଳ୍ପନା ରଥ, କବି ପ୍ରତାପ ଚନ୍ଦ୍ର ପଣ୍ଡା, ଅଭିନେତା ବିରଞ୍ଚି ନାରାୟଣ ମୁଣ୍ଡ, ବିଶ୍ଵ ରଞ୍ଜନ ପଣ୍ଡା, ପଣ୍ଡିତ ଅଖିଳ ପଣ୍ଡା, ମୌଲାନା ଇର୍ଫାନ ରାଜା ଫାରୁକି, ସର୍ଦ୍ଦାର ପଟୱାନ୍ତ ସିଂ, ପି ମୋହନ ରାଓ ପାତ୍ର, ସାମ୍ବାଦିକ ସନ୍ତୋଷ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Comments are closed.