ପ୍ରାଥମିକ ଶିକ୍ଷକ ସଙ୍ଘର ବନମହୋତ୍ସବ ପାଳନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ, ବନ ବିଭାଗ ତଥା ଯୋଡ଼ାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ଆଜି ଯୋଡ଼ାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୫ତମ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଗଠନର ସଭାପତି ପ୍ରମୋଦ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ବିଶିଷ୍ଟ ଅତିଥି ଭାବେ ବିଶ୍ୱନାଥପୁର ବନପାଳ ସୁରେଶ ଚନ୍ଦ୍ର ରାଉତ, ଲାଞ୍ଜିଗଡ ବ୍ଲକ ଶିକ୍ଷକ ସଂଗଠନର ସମ୍ପାଦକ ଏମ୍.ଏସ୍. ଶେଖର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ମାଝୀ, ଉପଦେଷ୍ଟା ତପନ କୁମାର ଭୋଇ, ବରିଷ୍ଠ ଶିକ୍ଷକ ସୁବାଷ ଚନ୍ଦ୍ର ନାୟକ, ପୁରନ୍ଦର ନାୟକ, ମୋନାଲିଶା ଜେନା, ସୌଭାଗ୍ୟ ସାହୁ, ଗଣେଶ୍ୱର ଠେଲା, ବିଜୟ ରାୟ ପ୍ରମୁଖ ମଞ୍ଚାସିନ ରହି ମାର୍ଗଦର୍ଶନ କରିଥିଲେ। ବର୍ତ୍ତମାନର ଆହ୍ୱାନ “ମା ପାଇଁ ଗଛଟିଏ” ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଉପସ୍ଥିତ ସମସ୍ତେ ଗଛ ଲଗାଇଵା ସହ ଏହାର ରକ୍ଷଣାବେକ୍ଷଣ କରିଵା ପାଇଁ ଶପଥ ନେଇଥିଲେ।

Comments are closed.