ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

ବାଉଁଶୁଣି: କେନ୍ଦ୍ର ଓ ରାଜ୍ୟ ସରକାର ତୃଣମୂଳ ଠାରୁ ଆରମ୍ଭ କରି ମାଳ ମାଳ ଯୋଜନା ବାହାର କରୁଛନ୍ତି। ଏହିଭଳି ରାସ୍ତା, ଘାଟ, ଆବାସ ଘର, ଶିକ୍ଷାନୁଷ୍ଠାନ ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ବାହାର କରୁଛନ୍ତି ତାହା କୌଣସି କାମକୁ ନାହିଁ। ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉ.ପ୍ରା (ମଇ) ବିଦ୍ୟାଳୟରେ। ୧୯୯୨ ମସିହାରେ ଗଠିତ ହୋଇଥିବା ଏହି ବିଦ୍ୟାଳୟଟି ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ। ଏ ବିଦ୍ୟାଳୟରେ ସୁନ୍ଦର ବଗିଚା, ସୁନ୍ଦର ଖେଳ ପଡିଆ ଓ ଭଲ ପାଠପଢା ହେଉଥିବାରୁ ଆଖ ପାଖ ଅଞ୍ଚଳର ଓ ଦୁର ଦୁରାନ୍ତରୁ ପାଠ ପଢିବା ପାଇଁ ଏହି ବିଦ୍ୟାଳୟକୁ ଆସିଥାନ୍ତି। ବର୍ତ୍ତମାନ ଷଷ୍ଠ , ସପ୍ତମ, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୭୭ ଜଣ ଛାତ୍ର ଛାତ୍ରୀ ଶିକ୍ଷାଦାନ ପାଉଛନ୍ତି। ଏହିଭଳି ଛାତ୍ର ଛାତ୍ରୀ ମାନେ ଯେଉଁ ସମୟରେ ମଧ୍ୟାହ୍ନ ଭୋଜନ ବିଦ୍ୟାଳୟରୁ ପାଇବା କଥା। ତାହାବି ମିଳି ପାରୁନି। ଏ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ପୁରାତନ ରାଜ୍ୟ ସରକାର, ପୁରାତନ ବିଧାୟକ ଓ ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ହୋଇ ପାରୁନି। ତୁରନ୍ତ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ରାଜ୍ୟ ସରକାର, ଶିକ୍ଷାମନ୍ତ୍ରୀଙ୍କୁ ହେଉଛି ଦାବି।

Comments are closed.