www.samajalive.in
Friday, December 12, 2025
15.1 C
Bhubaneswar

ରାସ୍ତା ଓ ପାନୀୟ ଜଳ ନାହିଁ ତ ଭୋଟ ନାହିଁ

ଚାନ୍ଦିପୁଟ: ଗାଁରେ ଝୁଲୁଛି ବ୍ୟାନର, ଲେଖା ଯାଇଛି ଭୋଟ ବର୍ଜନ କରିବୁ। କେବଳ କଥା ଏତିକିରେ ନୁହେଁ ବରଂ ନିର୍ବାଚନ ପାଇଁ ଭୋଟ ଭିକ୍ଷା ପାଇଁ ଯେ କୈାଣସି ନେତା ଆସିଲେ ବାଡ଼ ପକାଇ ଗାଁ ପୁରାଇ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ସମୂହ ଗ୍ରାମବାସୀ। ଏଭଳି ଚରମ ପନ୍ଥାକୁ ଆପଣେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତରେ ଥିବା ୱାର୍ଡ ନଂ ୧୯ ରାମପଦର ଗ୍ରାମବାସୀ।

ରାସ୍ତା ଓ ପାନୀୟ ଜଳ ନାହିଁ ତ ଭୋଟ ନାହିଁ ଏଭଳି ପ୍ରତିବାଦ କରିଛନ୍ତି ମୋହନା ବ୍ଲକ୍ ଦୁର୍ଗମ ଅଞ୍ଚଳ ରେ ବସବାସ କରୁଥିବା ରାମପଦର ଗାଁ ଲୋକେ। ଗାଁ ଲୋକେ ବାରମ୍ୱାର ପକ୍କା ସଡ଼କ ଓ ପାନୀୟ ଜଳର ସୁବିଧା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ୫-ଟି ସଚିବଙ୍କୁ ମଧ୍ୟ ଗୁହାରୀ କରିଛନ୍ତି। କିନ୍ତୁ କୌଣସି ସମସ୍ୟାର ସମାଧାନ ହୋଇ ପାରିନାହିଁ। ଗାଁରେ କୌଣସି ଲୋକେ ରୋଗରେ ଆକ୍ରାନ୍ତ ହୁଅନ୍ତି ତା ହେଲେ ୫ କିଲୋ ମିଟର ପଥୁରିଆ ରାସ୍ତାରେ ଖଟିଆ କରି ବୋହି ନେବାକୁ ପଡୁଛି। ପାନୀୟ ଜଳ ମଧ୍ୟ ଗାଁ ଠାରୁ ଏକ କିଲୋ ମିଟର ଦୂରରେ ଥିବା ଏକ କୁଅରୁ ଆଣିବାକୁ ପଡୁଛି ଏବେ ସେହି କୂଅରେ ପାଣି ମଧ୍ୟ ଶୁଖି ଗଲାଣି। ଜଙ୍ଗଲ ମଧ୍ୟରେ ଥିବା ରାମପଦର ଗାଁରେ ବସବାସ କରୁଥିବା ୨୩ଟି କୁଇ କନ୍ଧ ପରିବାର ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାହା ଫଳରେ ବାଧ୍ୟ ହୋଇ ଶେଷରେ ଭୋଟ ବର୍ଜନ କରିବା ସହ କୌଣସି ନେତା କିମ୍ୱା ଅଧିକାରୀଙ୍କୁ ଗାଁରେ ପୁରାଇ ଦେବୁନି ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories