www.samajalive.in
Thursday, December 11, 2025
16.1 C
Bhubaneswar

ଗୁରୁକୁଳ ପରମ୍ପରାରେ ଶିଶୁମାନଙ୍କର ସାମଗ୍ରିକ ବିକାଶ ସମ୍ଭବ

ଆଠଗଡ଼ଲ: ଆଠଗଡ଼ ଉପକଣ୍ଠର ରାଧାପତିପୁରଠାରେ ଥିବା ଶିଳାଧାମ ଆଶ୍ରମ ପରିସରରେ ଗୁରୁବାର ଶ୍ରୀକୃଷ୍ଣ ବିଜ୍ଞାନ ଗୁରୁକୁଳ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ବୈଦିକ ଶିକ୍ଷା, ସଂସ୍କୃତି, ସଂସ୍କାର, ନୈତିକ ମୂଲ୍ୟବୋଧ ଆଧାରିତ ଏହି ବିଦ୍ୟାଳୟରେ ଗୁରୁକୁଳ ପରମ୍ପରା ଅନୁଯାୟୀ ଶିଶୁମାନଙ୍କର ଶିକ୍ଷାଗତ ଯୋଗ୍ୟତା ସହିତ ସାମଗ୍ରିକ ବିକାଶ ଅଭିବୃଦ୍ଧି ହେବ ବୋଲି ଶିଳାଧାମ ଆଶ୍ରମର ମଠାଧିଶ ବାବା ଯଶୋଦାନନ୍ଦନ ଦାସ ମହାରାଜ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରକାଶ କରିଛନ୍ତି। ଏଥିପାଇଁ ଆଶ୍ରମରେ ଯଶୋଦାନନ୍ଦନ ମହାରାଜଙ୍କ ପରିଚାଳନାରେ ଏକ ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଳାଧାମ ଆଶ୍ରମ ଉନ୍ନୟନ ନ୍ୟାସର ଉପଦେଷ୍ଟା ସ୍ୱାଧୀନ କୁମାର ପଣ୍ଡା, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ପଞ୍ଚାୟତ, ନିଳାଦ୍ରୀ ସାହୁ, ଶିବପ୍ରସାଦ ପଣ୍ଡା, ପୂଣ୍ୟାନନ୍ଦ ପଣ୍ଡା, ବ୍ରହ୍ମକୁମାରୀ ରିତା, ପ୍ରଫୁଲ୍ଲ କୁମାର ସାହୁ, ସୁଧାଂଶୁ କୁମାର ସାହୁ ପ୍ରମୁଖ ଉଦ୍‌‌ବୋଧନ ଦେଇ ବୈଦିକ ଶିକ୍ଷା ଓ ଗୁରୁକୁଳ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଶିଶୁଙ୍କୁ ମାତୃଭାଷା ଓଡିଆ ମାଧ୍ୟମରେ କ୍ରୀଡା, ନୃତ୍ୟ, ସଂଗୀତ, ଚିତ୍ର ସାହାଯ୍ୟରେ ବୈଜ୍ଞାନିକ ପଦ୍ଧତିରେ ଆନନ୍ଦଦାୟକ ଶିକ୍ଷକ ପରିବେଶରେ ଏଠାରେ ଶିକ୍ଷା ବ୍ୟବସ୍ଥା ରହିବ ବୋଲି ଗୁରୁକୁଳର ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ୍‌‌ ବୈକୁଣ୍ଠନାଥ ବାରିକି ପ୍ରକାଶ କରିଥିଲେ। ଶିଶୁଙ୍କୁ ବୈଦିକ ସଂସ୍କୃତି, ସଂସ୍କାର ମାଧ୍ୟମରେ ଉଭୟ ବୈଦିକ ଓ ବୈଷୟିକ ଶିକ୍ଷା ପ୍ରଦାନ ପୂର୍ବକ ସମୟୋପଯୋଗୀ କରି ଜଣେ ପୂର୍ଣ୍ଣାଙ୍ଗ ନାଗରିକ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ କରାଯିବ ବୋଲି ସଂପାଦକ ମନୋଜ କୁମାର ସାହୁ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମମତା ପ୍ରଧାନ, ଶ୍ରଦ୍ଧାଞ୍ଜଳି ଜେନା, ପଦ୍ମଚରଣ ବେଉରା ଓ ଦେବିଦତ୍ତ ପ୍ରମୁଖ ସହଯୋଗ କରିଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories