www.samajalive.in
Thursday, December 11, 2025
16.1 C
Bhubaneswar

ଫାଇନାଲରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା କବାଡି ଦଳ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଓଆଇୟୁସି ପ୍ରତିଯୋଗିତା ପାଇଁ ଚଳିତ ମାସ ୬ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ଦ୍ୱିତୀୟ ଓଡ଼ିଶା ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ୧୪ଟି ଖେଳ କୁଦ ପ୍ରତିଯୋଗିତା ପାଇଁ ୧୨୦ କ୍ରୀଡ଼ାବିତ ଗସ୍ତ କରିଥିଲେ। ବ୍ୟାଡ଼ମିଟନ ଡବଲ ପୁରୁଷ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ଚେସରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହିଳା କବାଡି ଦଳ ଫାଇନାଲରେ ପ୍ରବେଶ କରିଛି। କବାଡିର ପ୍ରଥମ ମ୍ୟାଚରେ ବଲାଙ୍ଗୀରିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟକୁ ୩୬/୪ ପଏଣ୍ଟ କରି ବିଜୟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଫକିର ମୋହନ ବିଶ୍ଵବିଦ୍ୟାଳୟ, ବାଲେଶ୍ୱରକୁ ୩୮/୧୭ ପଏଣ୍ଟ, ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୩୭/୧୦ ପଏଣ୍ଟ କରି ବିଜୟ ସହ ଫାଇନାଲରେ ପ୍ରବେଶ କରିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories