www.samajalive.in
Thursday, December 11, 2025
15.1 C
Bhubaneswar

ଦାଦନ ଖଟିବାକୁ ଯାଇ କେରଳରୁ ମତ୍ସ୍ୟଜୀବୀ ନିଖୋଜ

ଗୋପାଳପୁର: ଦାଦନ ଖଟିବାକୁ କେରଳ ଯାଇ ମତ୍ସ୍ୟଜୀବୀ ନିଖୋଜ ରହିଥିବା ନେଇ ପରିବାର ବର୍ଗଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନିଖୋଜ ମତ୍ସ୍ୟଜୀବୀ ଜଣଙ୍କ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ବକ୍ସିପଲ୍ଲି ପଞ୍ଚାୟତ ଅନ୍ତର୍ଗତ ଦିଗିପୁର ଗ୍ରାମର ସିଏଚ ପୋତେୟା (୪୭) ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ ପୋତେୟା ଗତ ସେପ୍ଟେମ୍ବର ମାସରେ ଅନ୍ୟ ଦୁଇ ସାଙ୍ଗଙ୍କ ସହ ମିଶି କେରଳକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାକୁ ଯିବା ପରେ ସମୁଦ୍ରରୁ ମାଛଧରା କାମରେ ନିୟୋଜିତ ହୋଇଥିଲେ। ଗତ ଡ଼ିସେମ୍ବର ଶେଷ ସପ୍ତାହରେ ଅନ୍ୟ ଦୁଇ ସାଙ୍ଗ ମାନେ ଗାଁକୁ ଫେରିଥିବା ବେଳେ ପୋତେୟା କିନ୍ତୁ ସେଠାରେ ରହି ଯାଇଥିଲେ। ପରିବାର ବର୍ଗଙ୍କ ପକ୍ଷରୁ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ପୋତେୟାଙ୍କ ସହ ଯୋଗାଯୋଗ ହୋଇଥିବା ବେଳେ ସେବେଠାରୁ ଆଉ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁ ନଥିଲା। ଶେଷରେ ପୋତେୟାଙ୍କ ଖୋଜଖବର ଜାଣିବା ପାଇଁ ତାଙ୍କ ସ୍ତ୍ରୀ ସିଏଚ ପୁଷ୍ପାଙ୍କ ପକ୍ଷରୁ ଗତ ସପ୍ତାହ ତଳେ ପୋତେୟା କାମ କରୁଥିବା ବୋଟ ମାଲିକଙ୍କ ସହ କଥାବାର୍ତ୍ତା ହୋଇଥିଲେ। କିନ୍ତୁ ଗତ ୧୫ ଦିନ ତଳୁ ପୋତେୟା ସେଠାରୁ ନିଜ ଗାଁକୁ ଯିବେ କହି ପଳାଇ ଯାଇଥିବା ସୂଚନା ଦେଇଥିଲେ। ଘଟଣା ନେଇ ଗତ ୮ ତାରିଖରେ ପୁଷ୍ପାଙ୍କ ସ୍ବାମୀଙ୍କ ନିଖୋଜ ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories