ବାସୁଦେବପୁର: ବାସୁଦେବପୁର ଥାନା ଅଧିନ ଆର୍ତ୍ତୁଂ ପଞ୍ଚାୟତସ୍ଥ ଶହୀଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାରାପୁରରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପିକା ମମତାମୟି ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ହିମାଁସୁଭୂଷଣ ପଣ୍ଡା, ଅଧ୍ୟାପିକା ମୌସୁମୀ ରଥ, ପିଜିଟି ଶିକ୍ଷକ ଦିବ୍ୟସୁନ୍ଦର ମହାକୁଡ ପ୍ରମୁଖ ଯୋଗଦେଇ ଏହି ଶିବିରର ଉଦ୍ଦେଶ୍ୟ ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ସଂଯୋଜକ ରମେଶ ଚନ୍ଦ୍ର ଭୂୟାଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
Popular Categories



