www.samajalive.in
Friday, December 12, 2025
26.1 C
Bhubaneswar

ଓଡିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଆଠଗଡ଼: ଗୋପବନ୍ଧୁ ଡିଗ୍ରୀ ମହିଳା କଲେଜର ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନୂଆ-ଓ ଯୋଜନା ଆନୁକୁଲ୍ୟରେ ଗୁରୁବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ‘ଓଡିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା’ ଶୀର୍ଷକ ଆଲୋଚନାଚକ୍ରରେ ପୌରୋହିତ୍ୟ କରି କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଓଡିଆ ଭାଷା ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା କେତେଦୂର ପ୍ରଭାବିତ ହୋଇଛି ସେ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌‌, ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ପ୍ରଫେସର ଡଃ ବୈଷ୍ଣବଚରଣ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତି ସମାଜର ମୂଳଦୁଆ ଏବଂ ଯାହାର ଆଧାରରେ ସଂସ୍କାର ଆସିଥାଏ ବୋଲି ମତବ୍ୟକ୍ତ କରିଥିଲେ। ବଳରାମ ଦାସ, ଜଗନ୍ନାଥ ଦାସ ଓ ଜୟଦେବଙ୍କ ସାହିତ୍ୟ କୃତିରେ ଶ୍ରୀ ଜଗନ୍ନାଥଙ୍କ ଚେତନା ବିଷୟରେ ଡଃ ସାମଲ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ଯୋଗଦେଇ ଭଞ୍ଜ ସାହିତ୍ୟ ତଥା ଆଧୁନିକ ସାହିତ୍ୟରେ ଜଗନ୍ନାଥ ଚେତନା ସଂପର୍କରେ ଅବତାରଣା କରିଥିଲେ। +୩ ପ୍ରଥମବର୍ଷ ଛାତ୍ରୀ ଶୁଭସ୍ମିତା ପଶ୍ଚିମକବାଟ ସ୍ୱରଚିତ ସନ୍ଦର୍ଭ ପାଠ କରିଥିଲେ। ଇତିହାସ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଧାନ କରିଥିଲେ। ବରିଷ୍ଠ ଅଧ୍ୟାପିକା ବବିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ବସିରା ବେଗମ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories