www.samajalive.in
Saturday, December 13, 2025
21.1 C
Bhubaneswar

‘ପଦ୍ମ ସମ୍ମାନ’ ପାଇଁ ମନୋନୀତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଅନେକ ଯୋଗ୍ୟ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ଚୟନ କରି ଜାତୀୟ ସ୍ତରରେ ସେମାନଙ୍କ କୃତିତ୍ୱକୁ ସର୍ବୋଚ୍ଚ ସମ୍ମାନ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ଶ୍ରୀ ପ୍ରଧାନ ଦେଶର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ମୋଦି ସରକାରରେ ସର୍ବଦା ଓଡ଼ିଆ ଲୋକମାନେ ଯଥୋଚିତ ସମ୍ମାନ ପାଇଛନ୍ତି। ଓଡ଼ିଶାର ଲୋକପ୍ରତିଭାକୁ ପରିଚୟ ଦେବା ସହ ସମ୍ମାନିତ କରିବା ମୋଦି ସରକାରଙ୍କ ପରମ୍ପରା ହୋଇଛି। ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି। ପଦ୍ମ ପୁରସ୍କାର ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଅବଦାନକୁ ସ୍ୱୀକୃତି ଦେଉଛି। କଳା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ୱାଇଁ ଓ ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନଙ୍କ ପରି ସାଧାରଣ ଲୋକମାନେ ପାରମ୍ପରିକ ଓଡ଼ିଆ ଭଜନ ଓ ନୃତ୍ୟର ପ୍ରଚାର କରିବା ଦିଗରେ ଜୀବନବ୍ୟାପୀ ସାଧନା ବେଶ୍ ପ୍ରଶଂସନୀୟ। ସେହିପରି ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ନାଟ୍ୟକାର, କବି ଓ ଲେଖକ ବିନୋଦ କୁମାର ପଶାୟତ ଏବଂ ଖୋର୍ଦ୍ଧା ଜିଲ୍ଲାର ବିନୋଦ ମହାରଣା ପଟ୍ଟଚିତ୍ର ଆମର କଳାକୁ ସମୃଦ୍ଧ କରିବା ପାଇଁ ବଡ ଯୋଗଦାନ ଦେଇଛନ୍ତି।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories