ଶ୍ରୀଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ ପାଇଁ ପ୍ରସ୍ତୁତି

ଚୌଦ୍ୱାର: ଚୌଦ୍ୱାରରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଚୌଦ୍ୱାର ଜଗନ୍ନାଥ ଭକ୍ତ ସମାଜ ତଥା ପଞ୍ଚରାତ୍ର ମହୋତ୍ସବ କମିଟିର ସଭାପତି ଶରତ କୁମାର ଖଣ୍ଟିଆଙ୍କ ଅଧ୍ୟକ୍ଷତାରେ ଚାରବାଟିଆ ହାଉସିଂବୋର୍ଡ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ମାସ ୩ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଆଗ୍ରାହାଟ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ସ୍ଥିର କରାଯାଇଥିଲା। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟର ଟ୍ରଷ୍ଟି ତଥା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସଦସ୍ୟ ସନ୍ତୋଷ କୁମାର ଧର, ପ୍ରମୋଦ କୁମାର ପଣ୍ଡା, ମୀନକେତନ ପଣ୍ଡା, ନରେନ୍ଦ୍ର କୁମାର ସ୍ୱାଇଁ, ନାରାୟଣ ସ୍ୱାଇଁ, ବିମଳ କୁମାର ବେଉରା, ବିଜୟ କୁମାର ମଲ୍ଲିକ, ସହଦେବ ବରାଳ, ସ୍ୱପ୍ନା ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.