ପୋଇପାଣିରେ ବନାଗ୍ନି ସଚେତନତା

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଘଟଗାଁ ବ୍ଲକ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବନାଗ୍ନି ସଚେତନତା ପାଲା ଓ ସଚେତନତା ସଭା ବନରକ୍ଷୀ ପ୍ରଯୁକ୍ତା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ନିଆଁ ଲାଗିବାର ସମ୍ଭାବ୍ୟ କାରଣକୁ ରୋକିବା ଲକ୍ଷ୍ୟ ନେଇ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମହୁଲ ଫୁଲ ସଂଗ୍ରହ ପାଇଁ ଶୁଖିଲା ପତ୍ର ଓ ଜମିରେ ନଡାରେ ନିଆଁ ଲଗାଇବାକୁ ବିରୋଧ କରି ବାକୁ ପରାମର୍ଶ ଦିଆଯାଇଥିଲା। ବନ ବିଭାଗ ପାରା କର୍ମଚାରୀ ଗୌରହରୀ ମହାନ୍ତଙ୍କ ସହ ପୋଇପାଣି-କ ଏବଂ ଖ ସୁରକ୍ଷା କମିଟି ସଦସ୍ୟ କର୍ମକର୍ତ୍ତା ଗ୍ରାମବାସୀ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ନୃପତି କେଶରୀ ମହାନ୍ତ ଓ ତାଙ୍କ ସାଥି ସଚେତନତା ପାଲା ପରିବେଷଣ କରିଥିଲେ।

Comments are closed.