www.samajalive.in
Sunday, December 7, 2025
18.1 C
Bhubaneswar

ପରମ୍ପରାକୁ ବଜାୟ ରଖିବାକୁ ଜି ଉଦୟଗିରିରେ ଜନରାଜ୍ୟ ଦିବସ ପାଳନ

ଜି ଉଦୟଗିରି: ଜି ଉଦୟଗିରି ରେ ସୁଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରତି ବର୍ଷ ଭଳି ଉତ୍କଳ ଦିବସ, ଜନରାଜ୍ୟ ଦିବସ, ସ୍ଵାଧୀନତା ଦିବସ ଓ ଚକରା ବିଶୋଇ ଜୟନ୍ତୀ ଆଦି ସରକାରୀ ଭାବେ ପାଳନ କରାଯାଇଥାଏ। କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ବିଗତ ଜାନୁୟାରୀ ମାସ ୩୧ତାରିଖ ଦିନ ଜଣେ ମାତ୍ର କର୍ମଚାରୀ ସେଛକୃତ ଅବସର ଗ୍ରହଣ କରିଥିବା ବେଳେ ବହୁ ବିଳମ୍ବରେ ଓ ତରବରିଆ ଭାବେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା। ତେବେ ଉତ୍କଳ ଦିବସ ପାଳନ ହୋଇ ନଥିଲା। ଏ ସଂପର୍କରେ ଆମ ପ୍ରତିନିଧି ଜିଲ୍ଲା ସୁଚନା ଅଧିକାରୀ ପ୍ରଭାକର ମହାରଣାଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଜିଲ୍ଲା କାର୍ଯ୍ୟକ୍ରମ ପାଇଁ ମୋ ପାଖକୁ ବର୍ତ୍ତମାନ ସୁଦ୍ଧା କୌଣସି ଚିଠି ଆସିନାହିଁ କିନ୍ତୁ ଯେହେତୁ ମୁଁ ଜିଲ୍ଲା ଦାୟିତ୍ବରେ ଅଛି ବାଧ୍ୟ ହୋଇ ପ୍ରସ୍ତୁତି ବୈଠକ କରିଚ୍ଛି। ଜି ଉଦୟଗିରି ପାଇଁ ଚିଠି ଆସିଲେ ଜଣାଯିବ ବୋଲି କହିଥିଲେ। ଅପରପକ୍ଷେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ ପ୍ରଥମାର୍ଦ୍ଧରେ ସୁଚନା ଦେଇ ଅପରାହ୍ନରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ନଦେଇ କେବଳ ପରମ୍ପରାକୁ ବଜାୟ ରଖିବା ପାଇଁ ତରବରିଆ ଭାବେ ଅପରାହ୍ନରେ ବୈଠକ ହୋଇଥିବା ନେଇ ଶୁଣିବାକୁ ମିଳୁଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories