www.samajalive.in
Thursday, December 11, 2025
16.1 C
Bhubaneswar

କେନ୍ଦୁଗୁଡା ବଡନାଳ ପାଣି ପଞ୍ଚାୟତ ବୈଠକ ଅନୁଷ୍ଠିତ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର କେନ୍ଦୁଗୁଡା ବଡ଼ନାଳ ସ୍ଥିତ ମଙ୍ଗଳା ମନ୍ଦିର ଠାରେ ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ ପଦ୍ମପୁର ବ୍ଲକର ସମସ୍ତ ପାଣି ପଞ୍ଚାୟତ କର୍ମକର୍ତ୍ତା ଯୋଗ ଦେଇଥିଲେ।ଏହି ବୈଠକରେ ଅଧିକ୍ଷଣ ଯନ୍ତ୍ରୀ ରାଜୀବ ପଣ୍ଡିତ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନଗେନ୍ଦ୍ର ମହାରଣା, ସହକାରୀ ଯନ୍ତ୍ରୀ ଲାଡ଼ି ମୁରଲୀ କ୍ରିଷ୍ଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଲେଖ ରାଉତଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ପାଣି ପଞ୍ଚାୟତର ବିଭିନ୍ନ ଅଭିଯୋଗ ଏବଂ ଉନ୍ନତି ମୂଳକ ବିଷୟ ଉପରେ ଆଲୋଚନା ହେଇଥିଲା। ଚାଷୀଙ୍କ ଦାବି ଏବଂ ବାକି ରହିଥିବା କେନାଲ କାମ ସହ ଚାଷୀ ମାନଙ୍କର କିପରି ଭାବରେ ଅସୁବିଧା ନ ହୁଅନ୍ତି ତାହା ଯଥା ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories