www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣକୁ କେନ୍ଦ୍ରାପଡ଼ାରେ ସ୍ୱାଗତ

ଡେସ୍କ: ୨୦୨୪ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ବାହାର, ଦେଶ ଭିତର ଓ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି। ଏହି କ୍ରମରେ ଆଜି ଶ୍ରୀକ୍ଷେତ୍ର ପୁରୀରୁ ସେବାୟତ ଓ ସୁଆରଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରାପଡ଼ା ଜିଲ୍ଲାର ପରମ ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବ ଜୀଉ ଏବଂ ଡେରାବିଶର ଆରାଧ୍ୟ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ପୁରୀରୁ ଆସିଥିବା ଏହି ପ୍ରତିନିଧି ଦଳରେ ରବି ନାରାୟଣ ଖୁଂଟିଆ, ଉଦୟନାଥ ମହାସୁଆର, ରାଧାଗୋବିନ୍ଦ ଖୁଂଟିଆ ଏବଂ ନୋଡାଲ ଅଫିସର ଭାବେ ସୁଶାନ୍ତ ଦାସ ଅଛନ୍ତି।

କ୍ୟାବିନେଟ ନିଷ୍ପତ୍ତି: ଭାରତ-ମାଲେସିଆ ପ୍ରସାରଣ ସହଯୋଗ ବୃଦ୍ଧି ଚୁକ୍ତିନାମାକୁ ମଞ୍ଜୁରୀ

- Advertisement -

ପୁରୀରୁ ଆସିଥିବା ଏହି ପ୍ରତିନିଧିମଣ୍ଡଳୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର୍ ଶିବାଶିଷ ପରିଡ଼ା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଆଲୋକ କୁମାର ମହାନ୍ତି ତାଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ, ଫୁଲହାର ପ୍ରଦାନ କରିଥିବା ବେଳେ ଶୁଭକଳସ ବସାଇ ବନ୍ଦାପନା କରି ଡିଷ୍ଟ୍ରିକ୍ଟ କୋର୍ଟ ନିକଟରୁ ଏକ ଶୋଭାଯାତ୍ରାରେ ସଦ୍‌ଭାବନା ସଭାଗୃହ ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ଅଣାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସଦ୍‌ଭାବନା ସଭାଗୃହ ନିକଟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।

ଜର୍ମାନୀର ପୂର୍ବତନ ଅର୍ଥମନ୍ତ୍ରୀ ୱୋଲ୍ଫଗ୍ୟାଙ୍ଗ ଶାଉବଲଙ୍କ ପରଲୋକ; ଦେଶକୁ ଋଣ ସଙ୍କଟରୁ ରକ୍ଷା କରିବାରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମା’ ଭଉଣୀମାନେ ରଙ୍ଗୋଲିରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ ଏହି ପ୍ରତିନିଧି ମଣ୍ଡଳୀଙ୍କୁ। ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ପ୍ରତିନିଧି ମଣ୍ଡଳୀ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ କରିଥିଲେ। ପରେ ଶ୍ରୀଶ୍ରୀ ବଳଦେବଜୀଉଙ୍କୁ ନିମନ୍ତ୍ରଣ କରିବା ପାଇଁ ଶ୍ରୀକ୍ଷେତ୍ରରୁ ଆସିଥିବା ପ୍ରତିନିଧିମଣ୍ଡଳୀ ମନ୍ଦିରକୁ ଯାତ୍ରା କରିଥିଲେ। ସିଦ୍ଧବଳଦେବଜୀଉ ଦେବୋତର ବିଭାଗ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସୂଚନାଯୋଗ୍ୟ, ଭିଡ଼କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାର ଦୁଇଟି ପ୍ରମୂଖ ମନ୍ଦିରର ଦୁଇ ଜଣ ଲେଖାଏଁ ସେବାୟତଙ୍କୁ ୨୦୨୪ ଜାନୁଆରୀ ୧୭ରେ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଉଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories