ହରଭଙ୍ଗାରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ହରଭଙ୍ଗା: ବୁଧବାର ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଂଟିଆ ବୌଦ୍ଧ ବନ୍ଦ ଡାକରା ପ୍ରଭାବରେ ହରଭଙ୍ଗା ବ୍ଲକରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଦଳର କର୍ମକର୍ତା ଇଂ ବିକାଶ ମହାକୁଡ, ଅବିନାଶ ସାହୁ, କାଇଁଚ ପ୍ରଧାନ, ସଂଗ୍ରାମ ବେହେରା, ଟିକି ପଟ୍ଟନାୟକ ପ୍ରମୁଖ ବ୍ଲକ ସଦର ମହକୁମା ଚାରିଛକ, ପୁରୁଣାକଟକ, ବୀରନରସିଂହପୁର ଭଳି ବଜାରଗୁଡିକରେ ପିକେଟିଂ କରି ଦୋକାନ ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଏବଂ ଗାଡିମଟର ଇତ୍ୟାଦି ବନ୍ଦ କରିଥିଲେ। ଫଳରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଉପରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା।

Comments are closed.