ଖୁବଶୀଘ୍ର ସ୍ପଷ୍ଟ ହେବ ରତ୍ନଭଣ୍ଡାର ଏସଓପି- ଆଇନମନ୍ତ୍ରୀ

ପହଣ୍ଡି ଅଘଟଣର ଅଧିକ ତଦନ୍ତ ହେବ

ଭୁବନେଶ୍ୱର: ଆଜି କିମ୍ବା ଆସନ୍ତାକାଲି ସ୍ପଷ୍ଟ ହେବ ରତ୍ନଭଣ୍ଡାର ଏସଓପି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସରକାର ଖୁବଶୀଘ୍ର ଏହା ଉପରେ ନିଷ୍ପତି ନେବାକୁ ଯାଉଛନ୍ତି । ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇପାରେ ବୋଲି ଆଶା କରାଯାଉଛି । ସେହିପରି ଆଡପ ମଣ୍ଡପକୁ ଶ୍ରୀବଳଭଦ୍ର ପହଣ୍ଡିରେ ଯିବାବେଳେ ତଳେ ପଡିଯିବା ଘଟଣାରେ ମନ୍ତ୍ରୀ କହିଛନ୍ତି ଅଘଟଣାର ଅôଧକ ତଦନ୍ତ ହେବ । ଏହି ଘଟଣାରେ ଗୋଟିଏ ପଦକ୍ଷେପ ଗତକାଲି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଅନୁସାରେ ଶ୍ରୀବଳଭଦ୍ର ପହଣ୍ଡି ବେଳେ ପଡିଯିବା ଅଘଟଣ ଘଟିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହଟାଇ ଦିଆଯାଇଛି ।

Comments are closed.