www.samajalive.in
Saturday, December 13, 2025
14.1 C
Bhubaneswar

ସ୍ୱାଭିମାନୀ ଓଡିଆ ଓ ସ୍ୱାବଲମ୍ବୀ ଓଡିଶା ଗଠନ ପାଇଁ ଓଡିଆ ଜନଜାଗରଣ ଯାତ୍ରାର ସଂକଳ୍ପ

ଭୁବନେଶ୍ୱର: ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଭାଷା ପାଇଁ ୫ଜଣ ବଙ୍ଗୀୟ ମୁସଲମାନଛାତ୍ଙ୍କ ବଳିଦାନକୁ ସ୍ମରଣ କରି କରିଥିବା ଅର୍ଥନୈତିକ ଶୋଷଣର ଶିକାର ହୋଇ ଆତ୍ମ ବିଶ୍ୱାସ ହରାଇ ବସିଥିବା ୫କୋଟି ଓଡିଆଙ୍କ ପ୍ରାଣରେ ଜାତୀୟତାର ଭାବ ସୃଷ୍ଟିପାଇଁ ଓଡିଆ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାତୃଭୂମି ଓ ମାତୃଭାଷାର ସମୃଦ୍ଧିପାଇଁ କାର୍ଯ୍ୟ କରୁଥିବା ସଂଗଠନ ‘ମୋ ଭାଷା’ ଓ ‘ସମାଜ ଆନ୍ଦୋଳନ, ଓଡିଶା’ ପକ୍ଷରୁ ବିଭିନ୍ନ ସ୍ଥାନରୁ ଆସିଥିବା ଭାଷା ଅନୁରାଗୀଙ୍କ ଦ୍ୱାରା ରାମମନ୍ଦିର ସାମ୍ନାରୁ ମହାତ୍ମାଗାନ୍ଧୀ ମାର୍ଗର ଧାରଣା ସ୍ଥଳ ପର୍ଯ୍ୟନ୍ତ ଜାଗରଣ ପଦଯାତ୍ରା ଓ ମୁକ୍ତାକାଶ ଆଲୋଚନା ଆୟୋଜିତ ହୋଇଯାଇଛି। ଭାଷା, ନିଶା, ଚଷା ଓ ପେଶାକୁ ଅବହେଳା କରାଯାଇ ଓଡିଆର ମୌଳିକ ଅଧିକାରକୁ ହତ୍ୟା ପଛର କାରଣ ହେଉଛି ଓଡିଆ ସ୍ୱାଭିମାନକୁ ଓ ନିଜ ଅଧିକାରକୁ ଧ୍ୱଂସ କରିଦିଆଯାଉଛି। ଏହି ଅଧିକାର ପାଇବାପାଇଁ ଏକ ଆବେଗ, ଏକ ଯୁକ୍ତିପୂର୍ଣ୍ଣ ବିରୋଧ ଏବଂ ଦୃଢ ପ୍ରତିବାଦର ଆବଶ୍ୟକ ଥିବାରୁ ଦୀର୍ଘ ଦିନ ଧରି ଭୁଲ ନିଷ୍ପତ୍ତିର ଶିକାର ହେଉଥିବା ଯୁବଶକ୍ତି ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଏହି ଆଲୋଚନାରେ ଉପସ୍ଥିତ ଥିବା ବକ୍ତାମାନେ ନିଜ ନିଜର ମତ ପ୍ରଦାନ କରିଥିଲେ। ବିଶେଷକରି ଭାରତ ସଂଘିୟ ଶାସନ ବ୍ୟବସ୍ଥାର ଅଂଶ ଭାବରେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଭାବରେ ନିଜର ପରିଚୟ ପ୍ରଦାନ କରିଥିବାବେଳେ ପଡୋଶୀ ରାଜ୍ୟମାନେ ଚକ୍ରାନ୍ତ କରି ୧୭୨ଟି ସୀମାନ୍ତ ଗ୍ରାମକୁ ଜବରଦସ୍ତ ଅଧିକାର କରିନେବା କେବଳ ଓଡିଆଙ୍କ ଏକତାର ଅଭାବକୁ ସୂଚାଉ ନାହିଁ, ବରଂ ଜାତୀୟତାର ଅଭାବ ବୋଲି ପ୍ରମାଣିତ କରୁଛି।

- Advertisement -

ନିଜ ଭାଷା ଓ ସଂସ୍କୃତିକୁ ହତାଦର କରିବା ଯୋଗୁଁ ଭାଷାକୁ ନେଇ ଭୂମି ଖଣ୍ଡେ ପାଇଥିବା ଏହି ଓଡିଶା ଆଜି ଯଦି ଖଣ୍ଡେ ଖଣ୍ଡେ ଭୂମି ହରାଇଛି। ଏଥିପାଇଁ କୌଣସି ରାଜନୈତିକ ଷଡଯନ୍ତ୍ରକୁ ଦାୟୀ କରିବା ବଦଳରେ ଆମ ପରିଚୟ, ଶକ୍ତି ଓ ପ୍ରଗତି ଥିବା ଆମ ଭାଷା, ଜାତି, ସଂସ୍କୃତି ଓ ସମ୍ବଳର ସୁରକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ସଂକଳ୍ପ ନିଆଯାଇଥିଲା। ଓଡିଆଙ୍କ ପ୍ରତି ସବୁ ସ୍ତରରେ ଅବିଚାର, ଅର୍ଥନୈତିକ ଶୋଷଣ ଓ ରାଜନୈତିକ ଷଡଯନ୍ତ୍ର ବିରୁଦ୍ଧରେ ସଂଗଠିତ ହୋଇ ଓଡିଶା ମାଟିରେ ଓଡିଶାର ଉଭୟ ପ୍ରାକୃତିକ ଓ ମାନବ ସମ୍ବଳର ପୂର୍ଣ୍ଣ ବିନିଯୋଗ, ଏହି ମାଟିର ଶେଷ ଓଡିଆ ଯୁବକ ପାଇଁ ନିଶ୍ଚିତ ଶିକ୍ଷା ଓ ନିଶ୍ଚିତ ନିଯୁକ୍ତି, କୃଷି ଓ କୃଷକର ସାମଗ୍ରିକ ବିକାଶ, ନିଶାମୁକ୍ତ ସମାଜ ଓ ସମସ୍ତଙ୍କୁ ନିଶ୍ଚିତ ସ୍ୱାସ୍ଥ୍ୟସେବା ଯୋଗାଇବା ତଥା ଓଡିଆ ଭାଷାର ପୂର୍ଣ୍ଣ ପ୍ରୟୋଗ ଓ ସୁଦୃଢ ଭିତ୍ତିଭୂମି ପ୍ରତିଷ୍ଠା ଭିତ୍ତିକ ବିକାଶ ପାଇଁ ଏହି ଜାଗରଣ ଯାତ୍ରା ସମଗ୍ର ଓଡିଶାରେ ଆୟୋଜିତ ହେବ ବୋଲି ଆୟୋଜକଗଣ ସୂଚାଇ ଥିଲେ। ଯୁବ ସମାଜ ସେବୀ ଇଂ. କାହ୍ନୁଚରଣ ବେହୁରା, ଡକ୍ଟର ସୁବ୍ରତ ପୃଷ୍ଟି ଓ ପ୍ରଫେସର ନିରଦ ବରଣ ଖୁଣ୍ଟିଆଙ୍କ ନେତୃତ୍ୱରେ ପରିଚାଳିତ ଆଜିର ଏହି ପଦଯାତ୍ରାରେ ନିଶାମୁକ୍ତି ଆନ୍ଦୋଳନର ସଭାପତି ପଦ୍ମଚରଣ ନାୟକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପଞ୍ଚାନନ କାନୁନଗୋ, ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ, ବୈଜ୍ଞାନିକ ଅରୁଣେନ୍ଦ୍ର ମହାପାତ୍ର, ସମାଜସେବୀ କେଦାରନାଥ ସାହୁ, ଅରୁଣ ସ୍ୱାଇଁ, ସନ୍ତୋଷ ଜେନା, କାଦମ୍ବିନୀ ସାହୁ, କାଞ୍ଚନବାଳା ସାହୁଙ୍କ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ, ବୁଦ୍ଧିଜୀବୀ ଯୋଗଦେଇଥିଲେ।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories