www.samajalive.in
Tuesday, December 9, 2025
16.1 C
Bhubaneswar

ଜଗନ୍ନାଥଙ୍କ ଚିତ୍ର ଥିବା ଏକ ବିରଳ ପ୍ରଜାପତି ଦୃଶ୍ୟମାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମା ଗ୍ରାମପଂଚୟତର ଡେଂଗପଦର ଗ୍ରାମର  ଭୀଷ୍ମସେନ ବିଷୋୟୀଙ୍କ ଅଗଣାରେ ଗୋଟିଏ ବିରଳ ପ୍ରଜାତିର ପ୍ରଜାପତି ଦେଖିବାକୁ ଭିଡ ଜମିଛି।

ପ୍ରଜାପତିର ଆକାର ଓସାର ପ୍ରାୟ ୨ ଇଞ୍ଚ ଥିଲାବେଳେ ଲମ୍ବା ପ୍ରାୟ ୪ ଇଞ୍ଚ ରହିଛି। ପ୍ରଜାପତି ମୁଣ୍ଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚକା ଆଖି ଭଳି ଦେଖାଯିବାରୁ ପ୍ରଥମେ ବୋହୁ ସୁନିତା ବିଷୋୟୀ ଅଗଣାରେ ଦେଖିଥିଲେ ପରେ ପ୍ରଜାପତି ଟି ଘର ଭିତରକୁ ପଶି ଆସିଥିଲା । ପରିବାର ମଧ୍ୟରେ ଏକ ଆନନ୍ଦର ଲହରୀ ଖେଳିଯାଇଥିଲା। ପରିବାର ଲୋକେ ପ୍ରଜାପତି କୁ ପୂଜାର୍ଚ୍ଚନା କରିଥିଲେ । ଖବର ପ୍ରଚାର ହେବା ପରେ ଗ୍ରାମର ଅନ୍ୟ ମାନେ ଦେଖିବାକୁ ଆସିଥିଲେ । ଭଗବାନଙ୍କ ଆଶୀର୍ବାଦ ବୋଲି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ଏବଂ ଗ୍ରାମର ଶହ ଶହ ଲୋକ  ପ୍ରଜାପତି ରୂପୀ ଭଗବାନକୁ ଦେଖିବା ପାଇଁ ଶ୍ରୀ ବିଷୋୟୀଙ୍କ ଘରେ ଧାଡି ବାନ୍ଧିଥିଲେ। ଯିଏ ଦେଖୁଚି ସେ ପ୍ରକୃତରେ ଏହା ଏକ ଭଗବାନଙ୍କ ଲୀଳା ବୋଲି  କହୁଛନ୍ତି ଏବଂସମସ୍ତେ ଆନନ୍ଦରେ ଶ୍ରୀ ଜିଉଙ୍କ ନାମ ଜପି ପୂଜାର୍ଚ୍ଚନା କରୁଛନ୍ତି ।  କିଛି ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ପ୍ରଜାପତିକୁ ଜୀବନରେ ମଧ୍ୟ କେବେ ଦେଖିନଥିବା, କି ଶୁଣିନଥିବା ପ୍ରକାଶ କରିଛନ୍ତି । ତେଣୁ ଭଗବାନଙ୍କୁ ବିଶ୍ୱାସ କରି ପୂଜାର୍ଚ୍ଚନା କରୁଛୁ ବୋଲି ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories