ସମାଜ ପୋର୍ଟାଲ ଡେସ୍କ: କରୋନା ମୁକାବିଲା ପାଇଁ ଅର୍ଥର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ବିଭିନ୍ନ ପଦରେ ଥିବା ନିର୍ବାଚିତ ପ୍ରତିନିଧି ଓ ନିଯୁକ୍ତ ନେତାଙ୍କର ଦରମା ସାମୟିକ ଭାବେ କମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ଭାରତୀୟ ପୁଲିସ ସେବା ଅଧିକାରୀ ଓ ଭାରତୀୟ ଜଙ୍ଗଲ ସେବା ଅଧିକାରୀଙ୍କ ଦରମା ୫୦ ପ୍ରତିଶତ ସାମୟିକ ଭାବେ ସ୍ଥଗିତ ରଖାଯିବ। ସେହିଭଳି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମ ଅଧ୍ୟକ୍ଷ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଏବେ ମାତ୍ର ୩୦ ପ୍ରତିଶତ ଦରମା ମିଳିବ। ତେବେ ବାକି ଦରମା ପରେ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
କରୋନା ସ୍ଥିତିରେ ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଥିବା ଏକ ବିଜ୍ଞପ୍ତିରୁ ଜଣାଯାଇଛି।



