ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଠେମରା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ମହିଳା ସରପଞ୍ଚ ଳୀଲାବତୀ ବାଗ।କରୋନା ଭୁତାଣୁ ଠାରୁ ସୁରକ୍ଷିତ ରହିବା ପାଇଁ ବାରମ୍ବାର ହାତ ଧୋଇବା ସହିତ ସାମାଜିକ ଦୂରତ୍ୱ ରଖିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। କରୋନା ଭୟରେ ଲୋକେ ଆତଙ୍କିତ ନ ହୋଇ ଏହାର ମୁକାବିଲା କରିବା ପାଇଁ ସତର୍କତା ଅବଲମ୍ବନ କରିବା ଲୋକଙ୍କୁ ବୁଝାଉଛନ୍ତି। ପଞ୍ଚାୟତର ବୃଦ୍ଧ, ବୃଦ୍ଧାଙ୍କୁ ୪ ମାସର ଭତ୍ତା ଘର ଘର ବୁଲି ହିତାଧିକାରୀଙ୍କୁ ପ୍ରଦାନ କରିବା ସହିତ ସରପଞ୍ଚ ନିଜ ତରଫରୁ ଲୋକଙ୍କୁ ସାବୁନ, ସାନିଟାଇଜର, ମାସ୍କ ପ୍ରଦାନ କରିଥିଲେ। ଏଥିରେ ପିଇଓ ସତ୍ୟ ଘିଭେଲା, ସରପଞ୍ଚଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ବାଗ ପ୍ରମୁଖ ସାମିଲ ହୋଇଥିଲେ।



