www.samajalive.in
Sunday, December 14, 2025
23.1 C
Bhubaneswar

ଆନ୍ଦୋଳନରୁ ଓହରିଲା ଚାଳକ ମହାସଂଘ

ଭୁବନେଶ୍ବର: ଦୀର୍ଘ ୩ ଦିନ ଧରି ସାରା ରାଜ୍ୟରେ ଚାଲିଥିବା ଚାଳକ ମହାସଂଘ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ୩ ମାସ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଶୁକ୍ରବାର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ସୂଚନା ଦେଇଛନ୍ତି। ଏକ ଭିିଡିଓ ବାର୍ତ୍ତା ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ଲୋକଙ୍କ ଅସୁବିଧାକୁ ଦୃଷ୍ଟି​‌ରେ ରଖି ଓ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧକ୍ରମେ ଏହାକୁ ସ୍ଥଗିତ ରଖାଗଲା ବୋଲି ପ୍ରଶାନ୍ତ କହିଛନ୍ତି। ଅପରପକ୍ଷେ, ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ୩ ମାସ ମଧ୍ୟରେ ନ୍ୟାର୍ଯ୍ୟ ଦାବି ପୂରଣ ନକଲେ ପୁଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି।

ଭିଡିଓ ବାର୍ତ୍ତାରେ ସଭାପତି ପ୍ରଶାନ୍ତ କହିଛନ୍ତି, ଆମ ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି। ଏଥିସହ ଆଜି ଗଣମାଧ୍ୟମରେ ମୁଖ୍ୟ ଶାସନ ସଚିବ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧକ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଆଗାମୀ ତିନି ମାସରେ ଦାବି ପୂରଣ ହେବ ବୋଲି ଆଶା ରହିଛି। ସବୁ ଚାଳକ ଭାଇଙ୍କୁ ଅନୁରୋଧ ସମସ୍ତେ କର୍ମକ୍ଷେତ୍ରକୁ ଫେରନ୍ତୁ ବୋଲି କହିଛନ୍ତି ପ୍ରଶାନ୍ତ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories