www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶା କୋଭିଡ ହସ୍ପିଟାଲରେ ରୋବୋ କରିବ ରୋଗୀ ସେବା; କଟକ ଖପୁରିଆ ଆଇଟିଆଇରୁ ପ୍ରସ୍ତୁତ ହେଲା ପ୍ରଥମ ସର୍ଭିସ୍ ରୋବୋ ‘କୋ -ବଟ’

ଭୁବନେଶ୍ବର (ବ୍ୟୁରୋ) : ଏଣିକି ଆଉ ଲୋଡ଼ାନାହିଁ ନର୍ସ, ଆଟେଣ୍ଡାଣ୍ଟ । ସେମାନଙ୍କ ସ୍ଥାନରେ କରୋନା ରୋଗୀଙ୍କ ନିକଟରେ ଔଷଧ ଓ ଖାଦ୍ୟ ପହଞ୍ଚାଇବ ରୋବଟ୍ (ରୋବୋ) ।  କଟକ ଖପୁରିଆ ଆଇଟିଆଇରୁ ପ୍ରସ୍ତୁତ ହୋଇଛି ପ୍ରଥମ ସର୍ଭିସ୍ ରୋବୋ ‘କୋ-ବଟ’ (କରୋନା କମ୍ବାଟ୍ ରୋବୋ) । ରୋବୋ ‘କୋ-ବଟ’ ବର୍ତ୍ତମାନର କରୋନା ସଂକ୍ରମଣ ସମୟରେ କୋଭିଡ ହସ୍ପିଟାଲ ଏବଂ ସଂଗରୋଧ କେନ୍ଦ୍ରରେ ରୋଗୀ ସେବା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ​ବୋଲି ନିର୍ମାତାମାନେ କହିଛନ୍ତି।  ଖପୁରିଆ ଆଇଟିଆଇର ଷ୍ଟେମ ଲ୍ୟାବ(ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ମ୍ୟାଥ୍‌ମେଟିକ୍‌ସ ପରୀକ୍ଷାଗାର)ରେ ପ୍ରସ୍ତୁତ ହୋଇଛି ଏହି ​ରୋବୋ ।  ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ରୋବୋ ‘କୋ-ବଟ’ ଓଡିଶାର ଷ୍ଟାଟ୍ ଅପ୍ ଲ୍ୟାବ ସ୍ୟାକ୍‌ ରାବୋଟିକ୍ସର ବୈଷୟିକ ସହାୟତା ଏବଂ ଖପୁରିଆ ଆଇଟିଆଇର ଦକ୍ଷ ଟିମ ଦ୍ବାରା ନିର୍ମାଣ କରାଯାଇଛି । ତେବେ ପ୍ରତିଷ୍ଠାନରେ ଏକକାଳୀନ ଦୁଇଟି ​ରୋବୋ ପ୍ରସ୍ତୁତ କରାଯାଇଛି ।

- Advertisement -

ଏହି ପ୍ରଥମ ସର୍ଭିସ୍ ରୋବୋ ‘କୋ-ବଟ’ କରୋନା ସହ ଲଢିବାକୁ ଏକଦମ୍ ଜାଗତିଆର । ମଣିଷ ଶରୀର ଆକାରର ଏହି ରୋବୋରେ ଚାଲିବାକୁ ଚକ ଲାଗିଛି । ହାତ​ରେ ଏକ ଟ୍ରେ ଜରିଆରେ ଏହା ୨୦ କେଜିର ଭାର ବହନ କରିବା କ୍ଷମତା ରଖିଛି । ଏହା କୋଭିଡ-୧୯ ଡାକ୍ତରଖାନାରେ ରୋଗୀଙ୍କ ପାଖକୁ ଖାଦ୍ୟ, ପାନୀୟ ତଥା ଔଷଧ ନେବାଆଣିବା କରିପାରିବ, ଯାହା ରୋଗୀର ସେବା କରୁଥିବା ସହାୟକମାନଙ୍କୁ ଖୁବ୍‌ ସାହାଯ୍ୟ କରିବା ସହ ସିଧାସଳଖ ସମ୍ପର୍କ ରୋକି ସଂକ୍ରମଣ କମ୍‌ କରିପାରିବ । ଏହି ରୋବୋରେ ୱେରଲେସ୍‌ ‍କମ୍ୟୁନିକେସନ ପ୍ରୋଟୋକଲ ବ୍ୟବହାର କରାଯାଇଛି । ଏହାକୁ ନ୍ୟାଭିଗେସନ ଓ ମ୍ୟାପିଂ ଆଦି ଦ୍ୱାରା ଆହୁରି ଅଧିକ ବିକଶିତ କରାଯାଇପାରିଲେ ଡାକ୍ତରଖାନାର କୈାଣସି ୱାର୍ଡରେ ଏହା ସ୍ୱଂୟଚାଳିତ ହୋଇ କାର୍ଯ୍ୟକ୍ଷମ ହୋଇପାରିବ ।

ସେହିଭଳି ରୋବୋ ‘ନିଗା-ବଟ’ ହେଉଛି ଏକ ‘ଟେଲି ପ୍ରେଜେନ୍ସ ରୋବୋ’ । ଏହା ମାଧ୍ୟମରେ ଡାକ୍ତରମାନେ ରୋଗୀମାନଙ୍କ ଉପରେ ନିଘା ରଖିବା ସହ ନିଜ ଚାମ୍ବରରେ ବସି ସେମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇପାରିବେ । ଏଥିରେ ସଂଯୁକ୍ତ ଲାଇଭ୍ ଭିଡିଓ ଦ୍ୱାରା ଏହା ସମ୍ଭବ ହୋଇପାରୁଛି । ଏଥିରେ ମଧ୍ୟ ଏକ ଚକ ସଂଯୁକ୍ତ ହୋଇଛି। ନିଜସ୍ୱ ସୁରକ୍ଷା ଚିନ୍ତା କମାଇବା ସହ ବାରମ୍ବାର ସଂକ୍ରମିତ ରୋଗୀଙ୍କ ଖବର ଜାଣିବାକୁ କେହି ୱାର୍ଡ ମଧ୍ୟକୁ ନ ଯାଇ ମଧ୍ୟ ଏହି ରୋବୋ ମାଧ୍ୟମରେ ରୋଗୀର ସମସ୍ତ ଖବର ଡାକ୍ତରମାନେ ଜାଣିପାରିବେ । ଏହାଦ୍ୱାରା ରୋଗୀ ସେବା ସମୟରେ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣରୁ ରୋକାଯାଇପାରିବ । ଏ ସମ୍ପର୍କରେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ହୃଶିକେଷ ମହାନ୍ତି କହିଛନ୍ତି ଯେ, ସ୍ୱୟଂକ୍ରିୟ ଶିଳ୍ପ ୪.୦ ବୈଷୟିକ ଜ୍ଞାନ ବୃହତ୍ତର ସମାଜ ଓ ସାଧାରଣ ମଣିଷଙ୍କ ପାଇଁ କାମ ଦେବ । ଏହି ରୋବୋ  ଡ. ମହାନ୍ତିଙ୍କ ପ୍ରୋତ୍ସାହନ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ତେବେ ଏ ସମ୍ପର୍କରେ ସ୍ୟାକ୍‌ ରାବୋଟିକ୍ସର ପ୍ରତିଷ୍ଠାତା ଶାକ୍ୟସିଂହ ମହାପାତ୍ର କୁହନ୍ତି, ଏହି ରୋବୋ ପ୍ରକଳ୍ପରେ ଟେକ୍ନୋଲୋଜି ପାର୍ଟନର ରହି ଆମେ ଗର୍ବିତ ।  ସରକାର ଯଦି ଏ ​‌କ୍ଷେତ୍ରରେ ସହଯୋଗ କଲେ ଆମେ ଡାକ୍ତରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ଆଉ କିଛି ବିକାଶ ଘଟାଇପାରିବୁ ।

 

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories