ରାଜ୍ୟରେ କମୁନି କରୋନା ସଂକ୍ରମଣ; ଆଜି ଆଉ ୫୭୬ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ସଂକ୍ରମଣ । ୩ହଜାର ଟପିଲା ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ବି ରାଜ୍ୟରେ ୫ଶହ ଉପରେ କରୋନା ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୩,୦୨୭ ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଥିବା ବେଳେ ଆଜିର ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୩୭ଜଣ ଓ ସ୍ଥାନୀୟ ସଂକ୍ରମିତ ୨୩୯ଜଣ ରହିଛନ୍ତି । ଜନ୍ମରୁ ୧୮ ବର୍ଷ ମଧ୍ୟରେ ଆଉ ୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।
ଖୋର୍ଦ୍ଧାରୁ ସର୍ବାଧିକ ୨୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୮, ଷ୍ଟେଟପୁଲରୁ ୪୫, ସୁନ୍ଦରଗଡ଼ରୁ ୪୨, ପୁରୀରୁ ୩୭, ସୋନପୁରରୁ ୨୦, ମୟୂରଭଞ୍ଜରୁ ୧୭ ଓ ବାଲେଶ୍ୱରରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୮, ଗଜପତିରୁ ୮, ଭଦ୍ରକ, ଯାଜପୁର, ସମ୍ବଲପୁର ଓ ଜଗତସିଂହପୁରରୁ ୬ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।
କଳାହାଣ୍ଡିରୁ ୫, ଦେବଗଡ଼ ଓ କେନ୍ଦୁଝରରୁ ୪ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ା ଓ କୋରାପୁଟରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ନୟାଗଡ଼ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ତିନି ଜିଲ୍ଲାରୁ ମାତ୍ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।
ଅନୁଗୁଳ, ବୌଦ୍ଧ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୪୪ ଆକ୍ରାନ୍ତ । ଏଯାଏଁ ରାଜ୍ୟରେ ମୋଟ୍ ୧୨ଲକ୍ଷ ୯୩ହଜାର ୫୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ୧୨ଲକ୍ଷ ୮୧ହଜାର ୨୯୮ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।
Comments are closed.