ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ରାଜ୍ୟରେ ୧୦ ହଜାର କରୋନା ମାମଲା ଚିହ୍ନଟ ହେଉଥିବା ବେଳେ, ମୃତ୍ୟୁସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୩ଜଣ ମୃତକ ୩ଟି ଜିଲ୍ଲାର ଜଣେ ଲେଖାଏ ସଂକ୍ରମିତ ବୋଲି ଜଣାପଡ଼ିଛି । ଗଞ୍ଜାମ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୮ହଜାର ୪୮୧କୁ ବୃଦ୍ଧି ପାଇଛି ।
Popular Categories



