ଚଣ୍ଡିଗଡ: ପଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ପଞ୍ଜାବ ନିର୍ବାଚନକୁ ଗୋଟିଏ ସପ୍ତାହ ଆଗକୁ ବଢ଼ାଇବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚାନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି । ଗତକାଲି ନିର୍ବାଚନ ଆୟଗୋକୁ ଚିଠି ଲେଖି ଚାନ୍ନି କହିଛନ୍ତି କି, ତାଙ୍କୁ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଇଛି। ରାଜ୍ୟରେ ସେମାନଙ୍କ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ। ଏହି ସମ୍ପ୍ରଦାୟ ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀରେ ଅଂଶଗ୍ରହଣ କରିବାକୁ ଚାହୁଁଛି। ତେଣୁ ଫେବ୍ରୁଆରୀ ୧୦ରୁ ୧୬ ମଧ୍ୟରେ ବହୁ ଭକ୍ତ ଏଥିରେ ସାମିଲ ହେବେ । ତେଣୁ ମତଦାନରେ ରହିପାରିବେ ନାହିଁ । ଯାହାଦ୍ୱାରା ବହୁତ କମ୍ ମତଦାନ ହେବ । ତେଣୁ ନିର୍ବାଚନ ଘୁଞ୍ଚାଇବାକୁ ଚାନ୍ନୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଫେବ୍ରୁଆରୀ ୧୬ ପରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।
Popular Categories



