ଭୁବନେଶ୍ବର: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ବାର୍ଥକୁ ଦୃଷ୍ଟିରେ ରଖି ୪ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା। ରଖି କହିଛନ୍ତି ଯେ ରାଜ୍ୟ ସ୍ବାସ୍ଥ୍ୟ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସକରାତ୍ମକ ହୋଇଛି। ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ ଆଲୋଚନା ହୋଇଛି। ଭୁବନେଶ୍ବର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି। ସେଥିପାଇଁ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ କହିଥିଲି। ଏୟାରପୋର୍ଟ ଚିହ୍ହଟ ପାଇଁ ପାଚେରୀ କାମ ସରି ଯାଇଛି କହିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ସହଯୋଗ କରିବେ ବୋଲି କହିଛନ୍ତି।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। ଆଗାମୀ ନିର୍ବାଚନରେ ଏକାକୀ ଲଢ଼ବା ନେଇ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସର୍ବଦା ଏହା ଆମ ମୁଖ୍ୟ ନୀତି ରହି ଆସିଛି। ତୃତୀୟ ସାମ୍ମୁଖ୍ୟରେ ମୁଁ ନାହିଁ। ତୃତୀୟ ସାମ୍ମୁଖ୍ୟ ନେଇ ଏବେ ନିଷ୍ପତ୍ତି ନିଆଯାଇନାହିଁ। ଏବେ ବି ସମଦୂରତା ବଜାୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।



