QNETIC – Mobile

କେରଳରେ ମହିଳା ଡାକ୍ତରଙ୍କୁ ସରକାରୀ ଡାକ୍ତରଖାନରେ ହତ୍ୟା ପରେ କାର୍ଯ୍ୟବର୍ଜନ କଲେ ଡାକ୍ତର ସଂଘ

ଥିରୁଅନନ୍ତପୁରମ- କେରଳରେ ଥିବା ସରକାରୀ ଡାକ୍ତରଖାନାମାନଙ୍କରେ ଚିକିତ୍ସା ବ୍ୟବସ୍ଥା ଏକ ପ୍ରକାର ଅଚଳ ହୋଇଯାଇଛି । ଜଣେ ମହିଳା ଡାକ୍ତର ଚିକିତ୍ସା କରୁଥିବା ବେଳେ ନିଶାଖୋର ବ୍ୟକ୍ତି ତାଙ୍କୁ ହତ୍ୟା କରିବା ପରେ ଡାକ୍ତରମାନେ କାର୍ଯ୍ୟବର୍ଜନ ଡାକରା ଦେଇଛନ୍ତି ।

କେରଳର କୋଲାମ ଜିଲ୍ଲାରେ ଡାକ୍ତର ବନ୍ଦନା ଦାସ ନାମକ ଯୁବ ଡାକ୍ତରାଣୀଙ୍କୁ ଜଣେ ନିଶୋଖୋର ବ୍ୟକ୍ତି ଚିକିତ୍ସା ବେଳେ ହତ୍ୟା କରିଥିଲା । ଏହି ବ୍ୟକ୍ତିର ଗୋଡରେ ଆଘାତ ଲାଗିଥିବା ବେଳେ ତାହାର ଚିକିତ୍ସା ଚାଲିଥିଲା । ସେ ହଠାତ୍‌ ଡାକ୍ତରଖାନାରେ ଥିବା କଇଁଚି ଭିଡି ନେଇ ସେଠାରେ ଥିବା ପୁଲିସକୁ ଆକ୍ରମଣ କରିଥିଲା ।

ପରେ ଚିକିତ୍ସା କରୁଥିବା ଡାକ୍ତରାଣୀଙ୍କୁ ପଛପଟୁ କଇଁଚି ଭୁଷି ହତ୍ୟା କରିଥିଲା । ଏହାପରେ ସୁରକ୍ଷାକର୍ମୀ ଏବଂ ଅନ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ କାବୁ କରିଥିଲେ । ଏହି ଘଟଣାପରେ ଡାକ୍ତରଙ୍କ ସୁରକ୍ଷାଦାବୀ କରି କେରଳ ମେଡିକାଲ ଅଫିସର ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି ।

Comments are closed.