ଭୁବନେଶ୍ୱର: ଆସନ୍ତା ସୋମବାର ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏହି କ୍ୟାବିନେଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ରାଜ୍ୟରେ ବୃହତ୍ ପାନୀଜଳ ଯୋଗାଣକୁ ଗୁରୁତ୍ବ ଦେଇ ବହୁ ପ୍ରକଳ୍ପକୁ ଅନୁମୋଦନ ଦିଆଯିବାକୁ ରହିଛି। ଏହାବାଦ୍ କେତେକ ବିଭାଗର ଚାକିରି ନିୟମର ସଂଶୋଧନ ପ୍ରସ୍ତାବ ଆସିବାକୁ ରହିଛି। ଏହାସହିତ ସ୍ବାସ୍ଥ୍ୟ, ରାଜସ୍ବ, ସାଧାରଣ ପ୍ରଶାସନ, ଅର୍ଥ, ପୂର୍ତ୍ତ ବିଭାଗ ଭଳି କେତେକ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଜଣାଯାଇଛି।
Popular Categories



