www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶା ବିଧାନସଭା: ୧୧ଟା ୨୦ ସୁଦ୍ଧା ବିଜେଡି ୮୮, ବିଜେପି ୨୮, କଂଗ୍ରେସ ୧୩ଟି ଆସନରେ ଆଗୁଆ

ଭୁବନେଶ୍ବର : ଓଡ଼ିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ଭୋଟଗ୍ରହଣ ହୋଇଥିବା ୧୪୬ ଆସନରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ସକାଳ ୧୧ଟା ୨୦ ସୁଦ୍ଧା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ୮୮ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୨୮ ଏବଂ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି।

ମୋରଡା ବିଧାନସଭା ଆସନରୁ ବିଜେପିର କୃଷ୍ଣଚନ୍ଦ୍ର ମହାପାତ୍ର, ନୀଳଗିରିରେ ବିଜେପିର ସୁକାନ୍ତ ନାୟକ, ନିମାପଡାରେ ବିଜେଡିର ସମୀର ରଞ୍ଜନ ଦାଶ, ନୂଆପଡାରେ ବିଜେଡିର ରାଜେନ୍ଦ୍ର ଢୋଲକିଆ, ପଦ୍ମପୁରରେ ବିଜେପିର ପ୍ରଦୀପ ପୁରୋହିତ,  ରଣପୁରରେ ବିଜେଡିର ସତ୍ୟ ନାରାୟଣ ପ୍ରଧାନ, ରେଢାଖୋଲରେ ବିଜେଡିର ରୋହିତ ପୂଜାରୀ, ରେମୁଣାରେ ବିଜେଡିର ସୁଧାଂଶୁ ପରିଡା, ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା, ରେଙ୍ଗାଲିରେ ବିଜେପିର ନାଉରୀ ନାୟକ, ସିମୁଳିଆର ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋନପୁର ବିଧାନସଭା ନିରଞ୍ଜନ ପୂଜାରୀ, ସୋରରେ କଂଗ୍ରେସର ସୁରେନ୍ଦ୍ର ପରମାଣିକ, ସୁକିନ୍ଦାରେ ବିଜେଡିର ପ୍ରୀତି ରଞ୍ଜନ ଘଡାଇ, ସୋରଡାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ତାଳଚେରରେ ବିଜେଡିର ବ୍ରଜ ପ୍ରଧାନ, ତେଲକୋଇରେ ବିଜେଡି ପ୍ରେମାନନ୍ଦ ନାୟକ, ତିର୍ତ୍ତୋଲରେ ବିଜେଡିର ବିଷ୍ଣୁ ଦାସ, ଟିଟିଲାଗଡରେ ବିଜେଡିର ଟୁକୁନି ସାହୁ, ଉମରକୋଟରେ ବିଜେପିର ନତ୍ୟାନନ୍ଦ ଗଣ୍ଡ, ବିଜେଡିର ଭାଗିରଥୀ ସେଠୀ, ଅନୁଗୁଳରେ ବିଜେଡିର ରଜନୀକାନ୍ତ ସିଂହ, ଆସ୍କା ବିଜେଡି ମଞ୍ଜୁଳା ସ୍ବାଇଁ, ଆଠଗଡରେ ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆଠ ମଲ୍ଲିକ ବିଜେଡିର ରମେଶ ସାଏ, ଅତାବିରା ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, ଆଳିରେ ବିଜେଡିର ପ୍ରତାପ ଦେବ, ବଡସାହିରେ ବିଜେପିର ସନାତନ ବିଜୁଳି, ବାଲେଶ୍ବରରେ ବିଜେପିର ମଦନ ଦତ୍ତ, ବାଲିଗୁଡାରେ ବିଜେଡିର ଚକ୍ରଧର କହଁର, ବାଲିକୁଦ-ଏରସମାରେ ବିଜେଡିର ରଘୁନନ୍ଦନ ଦାସ, ବାଙ୍ଗିରପୋଷିରେ ବିଜେପିର ସୁଗଦା ମୁର୍ମୁ, ବାଙ୍କୀରେ ବିଜେଡିର ଦେବୀରଞ୍ଜନ ତ୍ରିପାଠୀ ଆଗୁଆ ରହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories