www.samajalive.in
Monday, December 15, 2025
26.1 C
Bhubaneswar

ଆବାସ ଯୋଜନା ଅନିୟମିତତା : ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଅସନ୍ତୋଷ ବ୍ୟକ୍ତ କଲେ ବିରୋଧୀ ସଦସ୍ୟ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତାକୁ ନେଇ ବୁଧବାର ବିଧାନସଭାରେ ବିରୋଧୀଦଳ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ  ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଦଳ ସଦସ୍ୟମାନେ ସରକାରଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।
ବିଧାୟକ ମୋହନ ଚରଣ ମାଝୀ, ବିଷ୍ଣୁଚରଣ ସେଠୀ, ନବକିଶୋର ମାଝୀ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି ପ୍ରମୁଖ ବିରୋଧୀଦଳ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପିସି କାରବାର  ଏବଂ ସାଧାରଣ ଲୋକଙ୍କୁ  ଶୋଷଣ କରାଯାଉଥିବା ଅଭିଯୋଗ କରିଥିଲେ।

କଟକ ଜିଲ୍ଲାର ମାହାଙ୍ଗା,ନିଶ୍ଚିନ୍ତକୋଇଲି ଏବଂ ବଡ଼ଚଣା ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଷୟ ଉଲ୍ଲେଖ କରି ଏହାର ତଦନ୍ତ କରାଯିବା ପାଇଁ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏଥିରେ ସରକାରୀ ଦଳର ସଦସ୍ୟ ପ୍ରଫୁଲ୍ଲ କୁମାର ସାମଲ, ଅଶ୍ୱିନୀ କୁମାର ପାତ୍ର, ଧ୍ରୁବଚରଣ ସାହୁ, ଲତିକା ପ୍ରଧାନ ପ୍ରମୁଖ ସରକାର ଭଲ କାମ କରିଥିବାରୁ ପୁରସ୍କୃତ ହୋଇଛନ୍ତି ବୋଲି କହିଥିଲେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଏହି ଯୋଜନାରେ କୌଣସି ପ୍ରକାରର ଦୁର୍ନୀତି ହୋଇନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories