ଓଡ଼ିଶା ବିନିଯୋଗ ବିଲ୍‌ ପାରିତ

0

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ମଙ୍ଗଳବାର ଓଡ଼ିଶା ବିନିଯୋଗ-୨୦୧୮ ବିଲ୍‌ ପାରିତ ହୋଇଛି । ଏହି ବିଲ୍‌ ଅନୁସାରେ ଚଳିତ ଆର୍ଥିିକ ବର୍ଷରେ ରାଜ୍ୟ ସରକାର ରାଜକୋଷରୁ ୧.୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟ ଅର୍ଥ ମନ୍ତ୍ରୀ ଏସ୍‌ ବି ବେହେରା ଗୃହରେ ଏହି ବିଲ୍‌ ଆଗତ କରିବା ପରେ ବାଚନିକ୍‌ ଭୋଟ ମାଧ୍ୟମରେ ଏହି ବିଲ୍‌ ପାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ସାମାଜିକ ନିରାପତ୍ତା, ଖାଦ୍ୟ ସୁରକ୍ଷା, ଦକ୍ଷତା ବିକାଶ, ଶିକ୍ଷା ଓ ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ଅର୍ଥ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଆମ ଗାଁ ଯୋଜନାରେ ୧,୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ଓ ବିଶେଷ କରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

Leave A Reply