www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠାରୁ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ରଣଜୀ ମ୍ୟାଚ୍‌

କଟକ: ପ୍ରଥମ ୨ଟି ମ୍ୟାଚ୍‌ର ବିଫଳତା ପରେ ଓଡ଼ିଶା ଦଳ ରଣଜୀ ଟ୍ରଫିରେ ତା’ର ୩ୟ ମ୍ୟାଚ୍‌ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଛି। ଶନିବାରଠାରୁ ବାରବାଟୀ ଷ୍ଟାଡିୟମ୍‌ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ଏଲିଟ୍‌ ଗ୍ରୁପ୍‌ ‘ଏ’ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳଙ୍କର ଏହା ତୃତୀୟ ଲିଗ୍‌ ମ୍ୟାଚ୍‌ ହେବ। ଓଡ଼ିଶା ଦଳ ପ୍ରଥମ ମ୍ୟାଚ୍‌ରେ ବାରବାଟୀ ଷ୍ଟାଡିୟମ୍‌ରେ ବରୋଦାଠାରୁ ହାରିବା ପରେ ଉତ୍ତର ପ୍ରଦେଶ ସହ ମ୍ୟାଚ୍‌ ଡ୍ର ରଖିଛି। ୧ ପଏଣ୍ଟ ପାଇ ଓଡ଼ିଶା ତା’ର ଖାତା ଖୋଲିପାରିଛି। ତୃତୀୟ ମ୍ୟାଚ୍‌ରେ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଓଡ଼ିଶା। କାରଣ ଆନ୍ଧ୍ରପ୍ରଦେଶ ଅଦ୍ୟାବଧି ଫର୍ମକୁ ଆସିନାହିଁ। ତେବେ ଏହା ସତ ଯେ ଆନ୍ଧ୍ରପ୍ରଦେଶ ଦଳରେ କିଛି ଅଭିଜ୍ଞ ଓ ନାମୀ ଖେଳାଳି ଅଛନ୍ତି। ଗତବର୍ଷ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦଳର ପ୍ରଦର୍ଶନରେ ବିଶେଷ ଫରକ ନାହିଁ। ଗତବର୍ଷ ଭାରତ ଗ୍ରୁପ୍‌ରେ ୭ମ ସ୍ଥାନରେ ରହିଥିଲା। ଗତବର୍ଷ ଆନ୍ଧ୍ରପ୍ରଦେଶ ୭ଟି ମ୍ୟାଚ୍‌ରୁ ଗୋଟିଏ ଜିତି ୩ଟି ଲେଖାଏଁ ଡ୍ର ଓ ପରାଜୟ ସହ ୧୩ ପଏଣ୍ଟ ପାଇଁ ୬ଷ୍ଠ ସ୍ଥାନରେ ରହିଥିଲା।

ଚଳିତବର୍ଷ ଉତ୍ତର ପ୍ରଦେଶ ବିପକ୍ଷ​‌େ​‌ର ଏହା ପ୍ରଥମ ମ୍ୟାଚ୍‌ ଖେଳିଥିଲା। ଶ୍ରୀକର ଭାରତ ଓ ସେକ୍ ରସିଦ୍‌ଙ୍କ ଶତକ ବଳରେ ଆନ୍ଧ୍ରପ୍ରଦେଶ ୪୭୦ ରନ୍‌ କରିଥିଲା। ହେଲେ ଉତ୍ତର ପ୍ରଦେଶ ଏହି ସ୍କୋର୍‌କୁ ଅତିକ୍ରମ କରି ୩ ପଏଣ୍ଟ ପାଇଥିଲା। ଆନ୍ଧ୍ରପ୍ରଦେଶର ୨ୟ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା। ବରୋଦା ଏହି ମ୍ୟାଚ୍‌ରେ ୩୬୩ ରନ୍‌ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ୨ ୱିକେଟ୍‌ରେ ୪୩ ରନ୍‌ କରିଥିବା ବେଳେ ଆଗକୁ ଖେଳ ସମ୍ଭବ ହୋଇନଥିଲା। ତେଣୁ ଓଡ଼ିଶା ୧ ପଏଣ୍ଟ ପାଇଥିବା ବେଳେ ଆନ୍ଧ୍ର ୨ ପଏଣ୍ଟ ପାଇଛି। ତେବେ ସ୍ବୀକାର କରିବାକୁ ହେବ ଯେ ବ୍ୟାଟିଂରେ ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ଶକ୍ତିଶାଳୀ ଅଛି। ଭାରତ ପାଇଁ ୭ଟି ଟେଷ୍ଟମ୍ୟାଚ୍‌ ଖେଳିଥିବା ଶ୍ରୀକର ଭରତ ବହୁତ ଭଲ ବ୍ୟାଟ୍‌ସମ୍ୟାନ। ତାଙ୍କୁ ଛାଡ଼ି ଅଧିନାୟକ ରିକି ଭୁଇ, ଅଶ୍ବିନ ହେବର, ଓପ୍‌ନର ସେକ୍‌ ରସିଦ୍‌ ଓ ଅଭିଷେକ ରେଡ୍‌ଡୀ ଓ କରଣ ସିନ୍ଦେ ବହୁତ ଭଲ ବ୍ୟାଟ୍‌ସମ୍ୟାନ। ରିକି ଭୁଇ ୧୯ ବର୍ଷରୁ କମ୍ ଭାରତ ପାଇଁ ଖେଳିଛନ୍ତି ଏବଂ ପ୍ରଥମଶ୍ରେଣୀ କ୍ରିକେଟ୍‌​‌େ​‌ର ଜଣେ ମହାରଥୀ ଭାବେ ୫୦୦୦ରୁ ଅଧିକ ରନ୍‌ କରିଛନ୍ତି। ବୋଲର ଭାବେ କାଭୁରି ସାଇତେଜା, ଟି, ବିଜୟ, କେ.ଭି. ଶଶିକାନ୍ତ ଓ ୱାଇ. ସନ୍ଦୀପ ପୂର୍ବରୁ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ସଫଳ ହେବା ପାଇଁ ଘରୋଇ ଓଡ଼ିଶା ଦଳକୁ ବ୍ୟାଟିଂରେ ସଫଳ ହେବାକୁ ପଡ଼ିବ।

- Advertisement -

ଅଦ୍ୟାବଧି ୪ଟି ଇନିଂସରେ ଓଡ଼ିଶା ୨୭୧, ୧୭୪, ୨୪୩ ଓ ୩/୧୫୧ ରନ୍‌ କରିପାରିଛି। ଆନ୍ଧ୍ରପ୍ରଦେଶ ଅଦ୍ୟାବଧି ୨ଟି ଶତକ ମାରିଥିବା ବେଳେ ଓଡ଼ିଶା ବ୍ୟାଟ୍‌ସମ୍ୟାନଙ୍କ ଭାଗ୍ୟରେ ଏହା ଜୁଟିନାହିଁ। ଅଧିନାୟକ ଶୁଭ୍ରାଂଶୁ ସେନାପତି ୨ଟି ଅର୍ଦ୍ଧଶତକ ସହ ସର୍ବାଧିକ ୧୫୨ ରନ୍‌ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାର ଓ ଉପଅଧିନାୟକ ସ୍ବସ୍ତିକ ସାମଲ କେବଳ ଶହେ ରନ୍‌ ଅତିକ୍ରମ କରି ପାରିଛନ୍ତି। ୪ର୍ଥ ବ୍ୟାଟ୍‌ସମ୍ୟାନ ଭାବେ ରାଜେଶ ଧୁପର ଅର୍ଦ୍ଧଶତକ ମାରିଛନ୍ତି। ବୋଲର ଓଡ଼ିଶାକୁ ସବୁଠାରୁ ଅଧିକ ନିରାଶ କରିଛନ୍ତି। ଦୁଇ ପେସ୍‌ ବୋଲର ରାଜେଶ ମହାନ୍ତି ଓ ସୁନୀଲ ରାଉଳ ୨ଟିଯାକ ମ୍ୟାଚ୍‌ ଖେଳିଥିଲେ ହେଁ ଗୋଟିଏ ବି ୱିକେଟ୍‌ ନେଇନାହାନ୍ତି। ୨ଟି ମ୍ୟାଚ୍‌ରେ ଓଡ଼ିଶା ମୋଟ ୧୪ଟି ୱିକେଟ୍‌ ନେଇଥିବା ବେଳେ ସବୁତକ ସ୍ପିନର ନେଇଛନ୍ତି। ତେଣୁ ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶର ବୋଲିଂ ଆକ୍ରମଣ ସୁଦୃଢ଼ ରହିଛି। ପୂର୍ବରୁ ଉତ୍ତର ପ୍ରଦେଶ ପାଇଁ ଖେଳିଥିବା ବାମହାତି ସ୍ପିନର ସୌରଭ କୁମାର ଏବେ ଆନ୍ଧ୍ର ପାଇଁ ଖେଳୁଛନ୍ତି। ସେ ଓଡ଼ିଶା ବ୍ୟାଟ୍‌ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି। ପଞ୍ଜାବ କିଙ୍ଗ୍‌ସ ପାଇଁ ଆଇପିଏଲ୍‌ ଖେଳୁଥିବା ସୌରଭ ୩୨୬ଟି ପ୍ରଥମଶ୍ରେଣୀ ୱିକେଟ୍‌ ନେଇଛନ୍ତି। ବାରବାଟୀର ପିଚ୍‌ ବ୍ୟାଟିଂ ସହାୟକ ହେବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories