www.samajalive.in
Saturday, December 13, 2025
14.1 C
Bhubaneswar

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ; ଆପୋଷ ବୁଝାମଣା ପାଇଁ ପ୍ରୟାସ ଆରମ୍ଭ

ପଟାଙ୍ଗୀ : ଓଡ଼ିଶା ଓ ଆନ୍ଧ୍ର ସୀମା ନେଇ ଲାଗି ରହିଥିବା ବିବାଦ ଆପୋଷ ବୁଝାମଣାରେ ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସୀମାନ୍ତ ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଗ୍ରାମବାସୀଙ୍କ ଚାଷ ଜମି, ଜଙ୍ଗଲ, ପାହାଡକୁ ଅପରପାର୍ଶ୍ବ ଆନ୍ଧ୍ର ରାଜ୍ୟ ବିଶାଖାପାଟଣା ଜିଲା ଅନ୍ତର୍ଗତ ଡୁମୁରିଗୁଡା ବ୍ଲକର କର୍ଲାପୁଟ ପଞ୍ଚାୟତ ଅଧୀନ ଡେକାପାର, ବଡ଼ଲାମ, ବୁସପୁଟ, ନିଟାମ୍ବ ଓ କର୍ଲାପୁଟ ଗ୍ରାମବାସୀ ଜୋରଜବରଦଖଲ କରି ରଖିଥିବା ନେଇ ବିବାଦ ଦେଖା ଦେଇଥିଲା। ଉଭୟ ରାଜ୍ୟ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ସମ୍ପୃ୨କ୍ତ ଗ୍ରାମବାସୀ ଆନ୍ଧ୍ର ପ୍ରଶାସନର ଇସାରାରେ ବର୍ତ୍ତମାନ ଓଡ଼ିଶାର ସୁନାବେଡ଼ା ଗ୍ରାମସୀମା ପାର୍ଶ୍ବରେ ପଥରଡିମାରେ ଚୂନ ଦେଇ ଯେଉଁ ଜବରଦଖଲ ଚିହ୍ନଟ କରିଥିଲେ ସେସବୁ ସ୍ଥାନ ପୁନର୍ବାର ପୂର୍ବସ୍ଥାନକୁ ସୀମାନ୍ତର ଚିହ୍ନଟ ଫେରେଇ ନେବା ପ୍ରକ୍ରିୟା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପାର୍ଶ୍ବରୁ ଜବରଦଖଲକାରୀ ୫ଖଣ୍ଡ ଗ୍ରାମ ମଧ୍ୟରୁ ଡେକାପାର ଏବଂ ନିଟାମ୍ବ ଗ୍ରାମ ଓଡ଼ିଶା ସୀମାନ୍ତରେ ଥିବା ଜଣାପଡ଼ିଛି। ଡେକାପାର ଗ୍ରାମ ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ସୀମାନ୍ତ ଭିତରେ ଥିବା ବେଳେ ନିଟାମ୍ବ ଗ୍ରାମରେ ଥିବା ୩ ଘର ମଧ୍ୟରୁ ୨ ଘର ଓଡ଼ିଶା ସୀମାନ୍ତରେ ଥିବା ବେଳେ ଗୋଟିଏ ଘର ଆନ୍ଧ୍ର ପାର୍ଶ୍ବକୁ ରହିଥିବା ସୁନାବେଡ଼ା ୱାର୍ଡ଼ ସଭ୍ୟ ମୁସୁରା ତାଉଡୁ ପ୍ରକାଶ କରିଛନ୍ତି। ଆନ୍ଧ୍ର ପାର୍ଶ୍ବରୁ ସମ୍ପୃକ୍ତ ଗ୍ରାମବାସୀ ଅନଧିକାର ଭାବେ ଓଡ଼ିଶା ସୀମାନ୍ତକୁ ଜବରଦଖଲ କରିଥିବା ଯୋଗୁଁ ଆଗକୁ ସମସ୍ୟା ଥିବା ଜାଣିବା ପରେ ବର୍ତ୍ତମାନ ପଡ଼ୋଶୀ ଗ୍ରାମବାସୀ ଓ ସମ୍ବାଇ ସରପଞ୍ଚଙ୍କ ଯୋଗାଯୋଗ କରି ପୂର୍ବସ୍ଥିତି ପ୍ରକାରେ ବସବାସ କରି ସୀମାନ୍ତ ବିବାଦକୁ ଯିବା ନାହିଁ ବୋଲି ଆଲୋଚନା କରୁଥିବା ସରପଞ୍ଚ ପିଲକ ଗୁଣ୍ଠା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହିଁ ସୀମାନ୍ତ ଚିହ୍ନଟ ସାଙ୍ଗକୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଉଭୟ ରାଜ୍ୟ ନିଷ୍ପତ୍ତି ନେଇଥିବା ସରପଞ୍ଚ ଶ୍ରୀମତୀ ଗୁଣ୍ଠା ସମ୍ପୃକ୍ତ ଗ୍ରାମବାସୀଙ୍କୁ ଜଣାଇଥିବା ସୂଚନା ମିଳିଛି। ପଡ଼ୋଶୀ ଗ୍ରାମର ଜବରଦଖଲକାରୀ ସୁନାବେଡ଼ା ଗ୍ରାମର ଚାଷ ଜମି ସାଙ୍ଗକୁ ସରକାରୀ ପାହାଡ ପର୍ବତ, ଜଙ୍ଗଲକୁ ଅକ୍ତିଆର କରି ଆସିଥିବାରୁ ସେମାନଙ୍କ ଜୁଲମରୁ ମୁକ୍ତି ପାଇବା ଏବଂ ଓଡ଼ିଶା ସୀମାନ୍ତ ଅଧୀନରେ ଥିବା ଦୁଇ ଗ୍ରାମକୁ ଓଡ଼ିଶା ଦଖଲକୁ ଆଣି ଜୁଲମକାରୀଙ୍କୁ ତୁରନ୍ତ ସମ୍ପୃକ୍ତ ସ୍ଥାନରୁ ହଟାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦୀର୍ଘ ବର୍ଷ ହେଲା ଓଡ଼ିଶାର ଗ୍ରାମକୁ ଜବରଦଖଲ କରିବା ସହ ବେସରକାରୀ ପଟ୍ଟା ଚାଷ ଜମି ଏବଂ ସରକାରୀ ଜମିକୁ ଚାଷ କରି ଆସୁଥିବାରୁ ସେମାନଙ୍କ ଔଦ୍ଧତ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ୱାର୍ଡ଼ ସଭ୍ୟ ମୁସୁରୀ ତାଉଡୁ, ଯୋଗୀରାଜୁ କିଣ୍ଟେଇ, ଶୁକ୍ରି ସିନେୟା ପ୍ରମୁଖ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଉଭୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସୀମାନ୍ତ ଚିହ୍ନଟ କରି ଓଡ଼ିଶାର ଗ୍ରାମକୁ ଓଡ଼ିଶାରେ ମିଶାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପୁକାଲି ସର୍କଲ ରାଜସ୍ୱ ନିରୀକ୍ଷକ ଶୋଭା ହରିଜନଙ୍କୁ ଯୋଗାଯୋଗ କରିବାରୁ ଆମେ ସୀମାନ୍ତରେ ସେପଟ ଗ୍ରାମବାସୀଙ୍କୁ ଡରି ଯାଉ ନାହୁଁ। ଚିହ୍ନଟ ହେଲେ ଠିକ ଜଣାପଡ଼ିବ ବୋଲି ସେ କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories