www.samajalive.in
Saturday, December 13, 2025
14.1 C
Bhubaneswar

କୋଟିଆର ଝାଡ଼ୁ ଏବେ କୋରାପୁଟରେ; କାମ କରୁଛି ଓଡ଼ିଶା, ଠକି ନେଉଛି ପଡ଼ିଶା

କୋରାପୁଟ : ଓଡ଼ିଶା ଆନ୍ଧ୍ର ସୀମାନ୍ତ ବିବାଦୀୟ କୁଟିଆ ଗ୍ରାମପୁଞ୍ଜରେ ଆଦିବାସୀଙ୍କ ଦ୍ୱାରା ନିର୍ମିତ ଫୁଲଝାଡ଼ୁର ଚାହିଦା ଏବେ କୋରାପୁଟରେ ବଢ଼ିବାରେ ଲାଗିଛି। କୋରାପୁଟ ବଜାରରେ ଏବେ କୋଟିଆରେ ନିର୍ମିତ ଝାଡ଼ୁର ବିକ୍ରି ବଢ଼ିଥିବାବେଳେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମୁଖରେ ଓରମାସ ପକ୍ଷରୁ ଖୋଲାଯାଇଥିବା କୋଭିଡ କିଓସ୍କରେ ଆଦିବାସୀଙ୍କ ଦ୍ୱାରା ନିର୍ମିତ ଏହି ଝାଡ଼ୁର ବିକ୍ରି ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବର୍ଷବର୍ଷ ଧରି ଓଡ଼ିଶା କୋଟିଆରେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କାମ କରି ଆସୁଥିବାବେଳେ ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଫୁସୁଲାଇ ଆନ୍ଧ୍ରର ରାଜ୍ୟର କିଛି ବେପାରୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଠକି ନେଇ ବହୁ ଚଢ଼ା ଦରରେ ବିଶାଖାପାଟଣା, ବିଜୟନଗରମ ଆଦି ବଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଛି। ଏହି ଖବର ଜଣାପଡ଼ିବା ପରେ କୋରାପୁଟ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ଓରମାସ ଓ କାପକୋ ପକ୍ଷରୁ କୋଟିଆରେ କୋଟିଆ ହିଲ ବ୍ରୁମ୍‍ ପ୍ରଡ୍ୟୁସର ଗ୍ରୁପ୍‍ (ଝାଡ଼ୁ ଉତ୍ପାଦକ ଗୋଷ୍ଠୀ) ଗଠନ କରାଯାଇଥିଲା। ୨ବର୍ଷ ତଳେ ଏଭଳି ଏକ ଗ୍ରୁପ୍‍ ଗଠନ କରାଯାଇଥିଲା। ଏହି ଗ୍ରୁପ୍‍ରେ ୩୫ଜଣ ସଦସ୍ୟା ସାମିଲ୍‍ ଥିବାବେଳେ ଓରମାସ ଓ କାପକୋ ପକ୍ଷରୁ ଆର୍ଥିକ ସହାୟତା, ପ୍ରୋତ୍ସାହନ ଓ ତାଲିମ ପ୍ରଦାନ କରାଯାଇଥିଲା। ଦକ୍ଷତା ବିକାଶ ଓ ଉପକରଣ କ୍ରୟ ବାବଦକୁ ୨ଲକ୍ଷ ୪ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ କାପକୋ ପକ୍ଷରୁ ସେମାନଙ୍କୁ ଝାଡ଼ୁ ତିଆରି ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରାଯାଇ ପ୍ଲାଷ୍ଟିକ ଏବଂ ଷ୍ଟିଲ ପାଇପରେ ବାନ୍ଧିବା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଝାଡ଼ୁ ତିଆରି ଓ ବିକ୍ରିରେ ପ୍ରାୟ ଶତାଧିକ ପରିବାର ଉପକୃତ ହୋଇପାରୁଛନ୍ତି। ପଟାଙ୍ଗି ବ୍ଲକର ଏହି ସୀମାନ୍ତ ଅଞ୍ଚଳରେ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବଜାରିକରଣ ଉପରେ ଓରମାସ ପକ୍ଷରୁ ଦୃଷ୍ଟି ଦିଆଯାଇ ଏଭଳି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ସେମାନେ ଉପକୃତ ହୋଇପାରିବା ସହ ଗ୍ରାହକଙ୍କୁ ମଧ୍ୟ ବଜାର ଅପେକ୍ଷା କମ୍‍ ମୂଲ୍ୟରେ ସାମଗ୍ରୀ ମିଳିପାରୁଛି। ଜଙ୍ଗଲରୁ ସଂଗ୍ରହ କରି ସେମାନେ ପୂର୍ବରୁ କେଜି ପିଛା ୩୦ଟଙ୍କାରେ ଆନ୍ଧ୍ରର କିଛି ବେପାରୀଙ୍କୁ ବିକ୍ରି କରି ଦେଉଥିଲେ। ଆଦିବାସୀ ପରୋକ୍ଷରେ ଶୋଷଣର ଶିକାର ହୋଇ ଆସୁଥିଲେ। ଏସବୁ ଜାଣିବା ପରେ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଓରମାସ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିବାବେଳେ କାପକୋ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହାସହ ବଜାରୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଗୋଟିଏ କେଜିକୁ ସେମାନେ ୩୦ଟଙ୍କାରେ ବିକ୍ରି କରି ଦେଉଥିବାବେଳେ ଏବେ ସେମାନଙ୍କ ଠାରୁ ଉତ୍ପାଦକ ଗୋଷ୍ଠୀ ୫୦ଟଙ୍କାରେ କ୍ରୟ କରି ଗୋଟିଏ କେଜିରୁ ୩ଟି ଝାଡ଼ୁ ପ୍ରସ୍ତୁତ କରି ଗୋଟିକୁ ୬୦ଟଙ୍କାରେ ସେମାନେ ବିକ୍ରି କରିପାରୁଛନ୍ତି। ଏଥିରୁ ସେମାନେ ପ୍ରାୟ ୨୦ରୁ ୨୫ଟଙ୍କା ଲାଭବାନ ହୋଇପାରୁଛନ୍ତି। ପଟାଙ୍ଗି ବ୍ଲକର କୋଟିଆ ସମେତ ସେମିଳିଗୁଡ଼ାର ପୁଟସିଲରେ ମଧ୍ୟ ପୁଟସିଲ ଝାଡ଼ୁ ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଥିବା ଓ ଖୁବଶୀଘ୍ର ସେମାନଙ୍କ ଦ୍ୱାରା ତିଆରି ଝାଡ଼ୁ କୋରାପୁଟ ବଜାରକୁ ଆସିବ ବୋଲି ଜଣାଯାଇଛି। ପୁଟସିଲରେ ୮୦ଟି ପରିବାର ଏଭଳି କାର୍ଯ୍ୟ କରି ଉପକୃତ ହୋଇପାରିଛନ୍ତି। ଏମାନଙ୍କ ଭଳି ନାରାୟଣପାଟଣା ବ୍ଲକର ପିଣ୍ଡାମାଳି, ମଝିଆମ୍ବ, ଡୁମୁରିପଦର, ଚାବକନାରିରେ ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇ ଆର୍ଥିକ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ରୋସନ କାର୍ତ୍ତିକ ସୂଚନା ଦେଇଛନ୍ତି। ଏହା ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟକ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସମ୍ପ୍ରତି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଝାଡ଼ୁ ଓ ଶିଆଳିପତ୍ର ଖଲି ପ୍ରସ୍ତୁତି ସାଙ୍ଗକୁ ଗୋଦାମ ଗୃହ ଓ ପ୍ରକ୍ରିୟାକରଣ ୟୁନିଟ ପାଇଁ ଆବଶ୍ୟକ ଦୁଇଟି ଗୃହ ନିର୍ମାଣ ପାଇଁ ପ୍ରାୟ ୧୪ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଜଣାଯାଇଛି। ସମ୍ପ୍ରତି କୋଟିଆର ଝାଡ଼ୁ କୋରାପୁଟ ବଜାରକୁ ଆସିଥିବାବେଳେ ଖୁବଶୀଘ୍ର କୋଟିଆର ଶିଆଳି ଖଲିପତ୍ର କୋରାପୁଟ ବଜାରରେ ବିକ୍ରି ହେବ ବୋଲି ସୂଚନା ମିଳିଛି। କୋଟିଆର ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏଭଳି ବହୁବିଧ ଯୋଜନା ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଉଥିବାବେଳେ ସୀମାନ୍ତବାସୀଙ୍କ ସରଳତାର ସୁଯୋଗ ନେଇ ଆନ୍ଧ୍ରର ଚାଲାକି କିଛି ମାତ୍ରାରେ ସେମାନଙ୍କୁ ଆନ୍ଧ୍ର ମୁହାଁ କରୁଥିବା ଚର୍ଚ୍ଚା ହେଉଛି।

୧୫ଦିନରେ ଥରେ ହେବ କୋଟିଆ ବିକାଶର ସମୀକ୍ଷା: ଜିଲାପାଳ
କୋଟିଆବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ୧୫୦କୋଟିର ବ୍ୟୟବରାଦ କରିଥିବାବେଳେ କୋରାପୁଟ ଜିଲା ପ୍ରଶାସନ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି। କୋଟିଆ ପଞ୍ଚାୟତବାସୀଙ୍କ ନିକଟରେ ସମସ୍ତ ସରକାରୀ ସୁବିଧା ଓ ଯୋଜନା ପହଞ୍ଚାଇବା ପାଇଁ ଜିଲା ପ୍ରଶାସନ ଚେଷ୍ଟା ଜାରି ରଖିଛି। ଓଡ଼ିଶା ପଟର ବିକାଶ କାର୍ଯ୍ୟ ଦେଖି ଆନ୍ଧ୍ର ସହିପାରୁନାହିଁ। ତେଣୁ କୋଟିଆବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ସମୟରେ ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ବାନ୍ଧି ରଖିବାକୁ ଚେଷ୍ଟା କରୁଛି। ଏପରିକି ଗତ କିଛିଦିନ ହେଲା ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇବା, କୋଟିଆରେ ବନ୍ଧ ଆଦି ଖୋଳିବା କାର୍ଯ୍ୟ ଜାରି ରଖିଛି ଆନ୍ଧ୍ର। ଆନ୍ଧ୍ର ସରକାରଙ୍କ ଦ୍ବାରା କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସମୁଦାୟ ୭ଟି ବନ୍ଧ ଖୋଳାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗଞ୍ଜେଇପଦର ନିକଟରେ ଓଡ଼ିଶା ପକ୍ଷରୁ ଖୋଳାଯାଇଥିବା ବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଦାବି ଉଠିଛି। ସରକାର ୧୫୦ କୋଟି ଟଙ୍କା ଖର୍ଚ୍ଚ କରି କୋଟିଆ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଥିବାବେଳେ ଜନଜୀବନକୁ ପ୍ରଭାବିତ କରୁଥିବା ଦିଗ ଗୁଡ଼ିକ ଉପରେ ପ୍ରଶାସନ ଦୃଷ୍ଟି ରଖିଛି। ସେମାନଙ୍କ ବିକାଶ ପାଇଁ ଆମେ ବଦ୍ଧପରିକର ବୋଲି ଜିଲାପାଳ ପ୍ରକାଶ କରିବା ସହ ପ୍ରତ୍ୟେକ ୧୫ଦିନରେ ଥରେ କୋଟିଆ ପଞ୍ଚାୟତରେ ବିକାଶ କେତେଦୂର ଆଗେଇଛି ସେ ନେଇ ସମୀକ୍ଷା କରାଯିବ ବୋଲି ଜିଲାପାଳ ମଧୁସୂଦନ ମିଶ୍ର ସ୍ପଷ୍ଟ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories