www.samajalive.in
Saturday, December 13, 2025
14.1 C
Bhubaneswar

୯୬ ହଜାରରୁ ଊର୍ଦ୍ଧ୍ବ ନକଲି ନୋଟ୍‌ ଜବତ, ୩ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୁଲିସ ଏକ ନକଲି ନୋଟ କାରବାର ରାକେଟର ପର୍ଦାଫାସ କରିବା ସହ ୩ଜଣଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୯୬ହଜାର ୩୦୦ଟଙ୍କା ମୂଲ୍ୟର ୯୨୭ଟି ନକଲି ନୋଟ ଜବତ କରିଛି । ଏଥିରେ ବ୍ୟବହୃତ ଟଙ୍କା ଛାପିବା ଯନ୍ତ୍ର ମଧ୍ୟ ଜବତ କରାଯାଇଥିବା ଏସ୍‌ପି ରାହୁଲ ପିଆର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶନିବାର ମଧ୍ୟାହ୍ନରେ ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଏସ୍‌ପି କହିଥିଲେ ଯେ, ମୁଖ୍ୟ ଅଭିଯୁକ୍ତ ଲଖନପୁର ବ୍ଲକର ବନ୍ଧବାହାଲ ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ନକଲି ନୋଟ ବିନିମୟ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲା । ପଚରା ଉଚରା କରିବା ପରେ ଏହି କାରବାରର ଚେର ସମ୍ବଲପୁର ଜିଲାର ବାମରାରୁ ଲମ୍ବି ଥିବା ଜଣାପଡ଼ିଥିଲା । ଅଭିଯୁକ୍ତ ବନହରପାଲି ଅଞ୍ଚଳ ଖଡ଼ାମ ଗ୍ରାମର ମହମ୍ମଦ ଅଜମଲ(୨୦) ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ବନ୍ଧବାହାଲ ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ନିଜ ହିରୋ ଗ୍ଲେମର ମୋଟର ସାଇକେଲରେ ପେଟ୍ରୋଲ ଭରିବା ପରେ ୨ଟି ନକଲି ଶହେ ଟଙ୍କିଆ ନୋଟ ଦେଇଥିଲା । ପମ୍ପ କର୍ମଚାରୀ ଏହା ଜାଣିପାରି କୌଶଳକ୍ରମେ ଅଜମଲକୁ ଅଟକାଇ ମାଲିକ ଗଜରାଜ ସିଂହଙ୍କୁ ସୂଚନା ଦେଇଥିଲେ । ଶ୍ରୀ ସିଂହ ତୁରନ୍ତ ପୁଲିସକୁ ସୂଚନା ଦେବା ପରେ ବନହରପାଲି ଥାନା ଓ ବନ୍ଧବାହାଲ ଫାଣ୍ଡି ପୁଲିସ ତୁରନ୍ତ ପହଞ୍ଚି ଯୁବକକୁ କାବୁ କରିଥିଲେ । ଜେରା ବେଳେ ଅଭିଯୁକ୍ତ ଅଜମଲ ଉକ୍ତ ରାକେଟରେ ବାମରାର ଅାଉ ୨ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା କହିଥିଲା । ତା’ପ​ରେ ପୁଲିସର ଏକ ସ୍ବତନ୍ତ୍ର ଦଳ ବାମରା ସିସେଲ ଫାର୍ମ ପଡ଼ାରୁ ମହମ୍ମଦ ଇର୍ଫାନ(୨୪) ଓ ମହମ୍ମଦ ଇସ୍ତିଫାକ୍ ଅନସାରୀ(୩୨)କୁ ଗିରଫ କରିଥିଲା । ଏମାନଙ୍କଠାରୁ ଉକ୍ତ ନକଲି ନୋଟ ଓ ଟଙ୍କା ଛାପିବା ଯନ୍ତ୍ର ସହିତ ଗୋଟିଏ କଲର ପ୍ରିଣ୍ଟର, ୮ଟି କ୍ୟାଟ୍ରିଜ, ପ୍ରିଣ୍ଟ ନୋଟ କାଗଜ, ଗୋଟିଏ ଗ୍ଲେମର ବାଇକ ଓ ୩ଟି ମୋବାଇଲ ଜବତ କରାଯାଇଥିବା ଏସ୍‌ପି ଶ୍ରୀ ରାହୁଲ ସୂଚନା ଦେଇଛନ୍ତି ଗୋଟିଏ କଲର ପ୍ରିଣ୍ଟର, ୮ଟି କ୍ୟାଟ୍ରିଜ, ପ୍ରିଣ୍ଟ ନୋଟ କାଗଜ, ଗୋଟିଏ ଗ୍ଲେମର ବାଇକ ଓ ୩ଟି ମୋବାଇଲ ଜବତ କରାଯାଇଛି ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories