www.samajalive.in
Saturday, December 6, 2025
23.1 C
Bhubaneswar

‘ଓଡିଶା ଆଚିଭର୍‌‌ ୨୦୨୩’ କାର୍ଯ୍ୟକ୍ରମ ; ଆଚିଭର୍‌‌ଙ୍କୁ ସମ୍ମାନ ସହ ଗରିବ ଶିଶୁଙ୍କୁ ମିଳିଲା ମାଗଣାରେ ପାଠ୍ୟ ଉପକରଣ

ଭୁବନେଶ୍ୱର : ଓଡିଶାର ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ପାଇଁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଆଚିଭର୍‌‌ ୨୦୨୩’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହା ପୂର୍ବରୁ ରାଜ୍ୟର ବିଶିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତିଙ୍କୁ ନେଇ ଏହି ଟ୍ରଷ୍ଟ ପ୍ରଥମେ ‘ଓଡିଶା ଷ୍ଟେଟ୍‌‌ ବିଜନେସ୍‌‌ ଆୱାର୍ଡ ୨୦୨୩’ ଆରମ୍ଭ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ସମ୍ମାନୀୟ ଅତିଥି ରୂପେ ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ପ୍ରଭାବ କୁମାର ନନ୍ଦି, ଟିଟନ ସାହୁ, ରିତା ଦାସ, ଦେବଶ୍ରୀ ମହାପାତ୍ର ଏବଂ ନିଲମ୍‌‌ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଂଶସା କରିଥିଲେ। ଅନୁଷ୍ଠାନ ତରଫରୁ ନାରାୟଣୀ ବସ୍ତିର ୫ ଜଣ ଶିଶୁଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ପରେ ପରେ ଅତିଥିଙ୍କ ଦ୍ୱାରା ୩୦ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ଓଡିଶା ଆଚିଭର୍‌‌ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ଭରତ ପ୍ରଧାନ ସ୍ୱାଗତ ଭାଷଣରେ କହିଥିଲେ, ମୋ ଦେହର ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ମୁଁ ଗରିବ ଶିଶୁ ମାନଙ୍କ ପାଇଁ ଯେତିକି ସାଧନ ହୋଇ ପାରିବ ନିଶ୍ଚୟ କରିବି ଏବଂ ଆମ ଟ୍ରଷ୍ଟ ଏଥି ପାଇଁ ସଦା ସର୍ବଦା କାର୍ଯ୍ୟରତ। ଏହି କାର୍ଯ୍ୟକ୍ରମକୁ ଶୁଭୋଜିତ୍‌‌ ପଣ୍ଡା ପରିଚାଳନା କରିଥିଲେ ଓ ଅତିଥିଗଣ ଏହା ଏକ ଅଭିନବ ପ୍ରୟାସ ବୋଲି କହି ଖୁସି ବ୍ୟକ୍ତ କରିଥିଲେ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories