ଭୁବନେଶ୍ୱର: ଓଡ଼ିଆ ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି। ନୟାପଲ୍ଲୀ ଥାନା ଗଡ଼ସାହି ସ୍ଥିତ ଭଡ଼ାଘରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ରଶ୍ମିଙ୍କ ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଥିଲା। ଘର ଭିତରୁ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରିଛି ପୁଲିସ। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ସୁଇସାଇଡ଼୍ ନୋଟରେ ଉଲ୍ଲେଖ କରିଛନ୍ତି। ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଆ ଧାରାବାହିକ ‘କେମିତି କହିବି କହ’ରେ ଅଭିନୟ କରିଥିଲେ ରଶ୍ମିରେଖା।



