www.samajalive.in
Monday, December 15, 2025
26.1 C
Bhubaneswar

ପ୍ରେକ୍ଷାଳୟରେ ‘ଛି ରେ ନନୀ’

ଭୁବନେଶ୍ବର : ମୁକ୍ତିଲାଭ କଲା ନୂଆ ଓଡ଼ିଆ ସିନେମା ‘ଛି ରେ ନନୀ ‘। ଏକ ଭାଇରାଲ ଗୀତର ଟାଇଟେଲକୁ ଆଧାର କରି ‘ଛି ରେ ନନୀ’ ଓଡ଼ିଆ ସିନେମା ଆଜି ପୂର୍ଣ୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରମୁଖ ଚରିତ୍ରରେ ଶିବାନୀ ,ଶୈଳେନ୍ଦ୍ର ଓ ଦ୍ବୀପନମିତ ଦାସ ମହାପାତ୍ରଙ୍କୁ ଦର୍ଶକ ଦେଖିବାକୁ ପାଇବେ।

ଏହି ଚଳଚିତ୍ରଟିକୁ ନିର୍ମାଣ କରିଛନ୍ତି ପ୍ରଯୋଜକ ସୀତାରାମ ଅଗ୍ରୱାଲ ଓ ନିର୍ଦ୍ଦେଶନା ଦେଇଛନ୍ତି ଭେଟେରାନ୍ ନିର୍ଦ୍ଦେଶକ ସୁଶାନ୍ତ ମଣି। ସହ ପ୍ରଯୋଜନା କରିଛନ୍ତି ଯୁବ ନିର୍ମାତା ଯୋଡି ସିଦ୍ଧାର୍ଥ ଓ ତମନ୍ନା ଅଗ୍ରୱାଲ। ଏହି ଚଳଚିତ୍ର ଏକ ମ୍ୟୁଜିକାଲ ଲଭ ଷ୍ଟୋରୀ। ବଳିଷ୍ଠ କାହାଣୀ ସାଙ୍ଗକୁ ,ନିରୀହ ପ୍ରେମ ,ଗ୍ରାମ ବାସ୍ତବତା ଓ ନାଟକୀୟତାକୁ  ,ଏ କାହାଣୀରେ ଦର୍ଶାଇଛନ୍ତି  ନିର୍ଦ୍ଦେଶକ।

- Advertisement -

ପ୍ରକାଶଥାଉକି ,ଏହା ସିଦ୍ଧାର୍ଥ ମ୍ୟୁଜିକର ୪୫ତମ ଚଳଚ୍ଚିତ୍ର। ଏହି ସିନେମାଟି ୫୨ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିବା ନେଇ ପ୍ରଯୋଜକ ସୀତାରାମ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ,ଓଡ଼ିଆ ସିନେମାରେ ଏବେ  ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ଓ ଆଗକୁ ଓଡ଼ିଆ ସିନେମା ଇତିହାସରେ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ଆଗାମୀ ଦିନରେ ଓଡ଼ିଆ ସିନେମାର ଭବିଷ୍ୟତ ଉଜ୍ଜ୍ୱଳ ନେଇ ପ୍ରଯୋଜକ , ସିନେ ସମୀକ୍ଷକ ଓ ନିର୍ଦ୍ଦେଶକ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories