www.samajalive.in
Tuesday, December 9, 2025
26.1 C
Bhubaneswar

ଖୁବ ଶୀଘ୍ର ମୁକ୍ତିଲାଭ କରିବ ‘ମହାକାଳ’

ଭୁବନେଶ୍ବର : ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ମହାକାଳ’ । ଦେଭ୍ସ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନାୟକ ଭୂମିକାରେ ଦେଭ୍ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ମଧ୍ୟ ଦେଭ୍ ସମ୍ଭାଳିଛନ୍ତି । କାହାଣୀ, ଡାଇଲଗ୍ ଦାୟିତ୍ବ ନେଇଛନ୍ତି ଭରଦ୍ବାଜ ପଣ୍ଡା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲି ରଥ ।

ଫିଲ୍ମର କାହାଣୀ ଜଙ୍ଗଲପୋଡି ଉପରେ ପର୍ଯ୍ୟବେସିତ । ଏଥିରେ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ଦିଆଯାଇଛି । ସିନେମାରେ ଭରପୁର କମେଡି ରହିଛି ଯାହା ଦର୍ଶକଙ୍କୁ ହସର ଖୋରାକ ଯୋଗାଇବ । ଆଦିବାସୀଙ୍କ ଜୀବନ ଶୈଳୀ ଏବଂ ଜଙ୍ଗଲ ସୁରକ୍ଷାକୁ ନେଇ ସେମାନେ କେତେ ସଚେତନ ସେନେଇ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

- Advertisement -

ଚଳଚ୍ଚିତ୍ର ସିକ୍କିମ, ଗ୍ୟାଙ୍ଗଟକ୍, ବାଲେଶ୍ବର, ବାରିପଦା ଓ ଭୁବନେଶ୍ବରରେ ଏହାର ସୁଟିଂ ହୋଇଛି । ଫିଲ୍ମରେ ହିରୋ ଭୂମିକାରେ ଦେଭ୍ ନଜର ଆସିବେ । ସେ ପୂର୍ବରୁ ‘ପ୍ରେମ ତୋର ନଟି ନଟି’ରେ ନଜର ଆସିଥିଲେ । ଅଭିନେତ୍ରୀ ଭୂମିକାରେ ମୋନାଲି ନଜର ଆସିବେ । ସହ କଳାକାର ଭାବେ ଅସିତ ପତି, ବ୍ରଜ ସିଂ, ଡିସ୍କୋ ରେଡ୍ଡି, ବାପି, ଆରକେ, ମନ୍ମଥ ମିଶ୍ର ନଜର ଆସିବେ । ମିଡିଆ ପ୍ଲାନର ଦାୟିତ୍ବ ତୁଲାଉଛନ୍ତି ଅମରେଶ୍ ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories