ଡେସ୍କ: ଓଡିଶା ପ୍ରଶାସନିକ ସେବା ୨୦୨୦ ଫାଇନାଲ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ତେଜସ୍ୱିନୀ ବେହେରା ଏହି ପରୀକ୍ଷାରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ପରୀକ୍ଷାରେ ମୋଟ ୩୯୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଛାତ୍ରୀ ରହିଛନ୍ତି। ପ୍ରଥମ ସ୍ଥାନରେ ତେଜସ୍ୱିନୀ ବେହେରା ଥିବା ବେଳେ ଦ୍ଵିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ନା ଦାଶ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମ ସ୍ଥାନରେ ଦେବବ୍ରତ ମହାରଣା, ଷଷ୍ଠ ସ୍ଥାନରେ ଅଭିସ୍ମିତା ତିୱାରୀ, ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଟମ ସ୍ଥାନରେ ଶ୍ରିତପା ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଷଡ଼ଙ୍ଗୀ ଓ ଦଶମ ସ୍ଥାନରେ ତପତି ରାଜ ରହିଛନ୍ତି।
Congratulations to the successful candidates of OCS 2020. Wish you all a bright & fulfilling career ahead. pic.twitter.com/ue1Xd8uvT0
— SATYAJIT MOHANTY (@satyajitips88) October 7, 2022
ପରୀକ୍ଷା ଫଳ ଓଡିଶା ଲୋକସେବା ଆୟୋଗ (ଓପିଏସସି) ୱେବସାଇଟ http://opsc.gov.inରେ ଉପଲବ୍ଧ ହେଉଛି।



